Wednesday, November 11, 2026
Home ଆଞ୍ଚଳିକ ଖୁଣ୍ଟବାଟି ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ

ଖୁଣ୍ଟବାଟି ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ

15

ଢେଙ୍କାନାଳ,୮/୦୭(ଜିଲ୍ଲା ଖବର) : କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତର ଖୁଣ୍ଟବାଟି ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ,ସୂଚନା ମୁତାବକ, ଗେଲ ଇଣ୍ଡିଆ କମ୍ପାନୀ ପାରାଦୀପରୁ ଅନୁଗୋଳ ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ ସଂଯୋଗ କାର୍ଯ୍ୟ କରୁଅଛି। ଏହି ପାଇପ ଲାଇନର କିଛି ନିର୍ଦ୍ଦିଷ୍ଟ ଦୂରତାରେ ଗ୍ୟାସ ଷ୍ଟେସନ ସ୍ଥାପନ କରାଯାଉଅଛି। ଏହି ଷ୍ଟେସନରେ ପାଇପ ଲାଇନର ସୁଇଚ ଭାଲଭ୍ ସହ ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀଙ୍କ କ୍ବାଟର ରହିବ। ଏପରି ଏକ ଗ୍ୟାସ ଷ୍ଟେସନ କାର୍ଯ୍ୟ ଖୁଣ୍ଟ ବାଟି ଗାଆଁକୁ ଲାଗି ଥିବା ପଡ଼ିଆରେ ନିର୍ମାଣ ହେଉଅଛି। ପଡିଆଟି ଗାଆଁର ଅଗଣା ଅଗଣା ପରି। ପିଲାଙ୍କ ଖେଳ ଠାରୁ ଆରମ୍ଭ କରି ଗୋରୁଗାଈ ଚରିବା ପର୍ଯ୍ୟନ୍ତ ଏହି ପଡ଼ିଆରେ ହେଉଥିଲା। ଲୋକଙ୍କ କହିବା ମୁତାବକ ଷ୍ଟେସନକୁ ଗାଆଁ ଠାରୁ ଆଉ କିଛି ଦୂରରେ ସ୍ଥାପନ କରାଯାଉ। ଯାହା ପାଇଁ ବି ଯଥେଷ୍ଟ ସରକାରୀ ଜମି ମଧ୍ୟ ରହିଥିବା ସେମାନେ କହିଛନ୍ତି।

ନିର୍ମାଣ ଆରମ୍ଭ ଦିନରୁ ଗ୍ରାମବାସୀ ବିରୋଧ କରି ଆସୁଥିଲେ ସୁଦ୍ଧା କୌଣସି ବି ପ୍ରଶାସକ ବା ରାଜନେତା ଏ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେଉ ନାହାଁନ୍ତି। କୌଣସି ସୁଫଳ ନମିଳିବାରୁ ଦୁଇ ଦିନ ହେଲା ଶାନ୍ତି ମାର୍ଗରେ ଅନଶନ କରୁଥିଲେ। ତେବେ ଆଜି ମହିଳାମାନଙ୍କୁ ପଣ୍ଡୁଆ ଫାଣ୍ଡି ଅଧିକାରୀଣୀ ଲାଠିଚାର୍ଜ କରିଥିବା ଦେଖିବାକୁ ମିଳିଛି। ଏହା ପ୍ରଥମ ଥର ପାଇଁ ପୋଲିସ ପକ୍ଷରୁ ଅତ୍ୟାଚାର ନୁହେଁ, ପୂର୍ବରୁ ମଧ୍ୟ ମିଛ କେସ କରି ଗାଆଁର ଲୋକମାନଙ୍କୁ ଗିରଫ କରିଥିବା ଯୋଗୁଁ ଗ୍ରାମବାସୀ ତୁମୁଁସିଙ୍ଗା ଥାନା ଘେରାଉ କରିଥିଲେ।

ରିପୋର୍ଟ ସତ୍ୟବ୍ରତ ନାୟକ ।