Thursday, October 15, 2026
Home ଜିଲ୍ଲା କନ୍ଧମାଳ କୋଟଗଡ ବନାଞ୍ଚଳ ପକ୍ଷରୁ ବାନ୍ଦକା ଜଙ୍ଗଲ ରେ ଚାରାରୋପଣ

କୋଟଗଡ ବନାଞ୍ଚଳ ପକ୍ଷରୁ ବାନ୍ଦକା ଜଙ୍ଗଲ ରେ ଚାରାରୋପଣ

61

ବାଲିଗୁଡା,୦୮/୦୭/୨୦{ଜ଼ିଲ୍ଲା ଖବର}:କୋଟଗଡ ବନାଞ୍ଚଳ ପକ୍ଷରୁ 71ତମ ବନ ମହୋତ୍ସବ ଉପଲକ୍ଷେ ଚାରା ରୋପଣ କାର୍ଯ୍ୟକ୍ରମ ଜାରି ରହିଛି | ଲାସେରୀ ସରଂକ୍ଷୀତ ଜଙ୍ଗଲ ଅଧିନସ୍ଥ ଥିବା ବାନ୍ଦକା ଜଙ୍ଗଲରେ ରେଞ୍ଜର ବିଦ୍ୟାଧର ଜାନୀଙ୍କ ନେତୃତ୍ୱରେ ଓ ଅନ୍ୟ ସହକର୍ମୀ ଙ୍କ ସହଯୋଗରେ ଚାରା ରୋପଣ କରାଯାଇଛି |ଏଥିରେ କୋଟଗଡ CRPF ବାଟାଲିଅନ ର OCA ଗୋପାଳ ସିଂ ଓ ଯବାନ ସମେତ ଜାମଝରି ଗ୍ରାମ ବାସୀ ଓ କାର୍ଯ୍ୟରତ NGO ର କର୍ମକର୍ତା ମାନେ ମଧ୍ୟ ଚାରା ରୋପଣ କରିଥିଲେ |ଏଥିରେ ବନପାଳ ପ୍ରସନ୍ନ କୁମାର ପାତ୍ର, ଫକୀର ନାୟକ ଏବଂ ବନରକ୍ଷୀ ଯୋଗେଶ୍ୱର ଧାରୁଆ ସମେତ କର୍ମଚାରୀ ମାନେ ସହଯୋଗ କରିଥିଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ