Home ଆଞ୍ଚଳିକ ରେଳପଥ ଭୂତଳ ରାସ୍ତାରେ ପାଣି, ୫ ଘଣ୍ଟା ରାସ୍ତା ଜାମ୍

ରେଳପଥ ଭୂତଳ ରାସ୍ତାରେ ପାଣି, ୫ ଘଣ୍ଟା ରାସ୍ତା ଜାମ୍

185

ଜଟଣୀ,୮/୦୭(ଜିଲ୍ଲା ଖବର) : ଜଟଣୀ-ପିପିଲି ମୁଖ୍ୟ ରାସ୍ତାର କୁଦିଆରୀ ଅଞ୍ଚଳରେ ଥିବା ରେଳପଥ ଭୂତଳ ରାସ୍ତାରେ ମଙ୍ଗଳବାର ମଧ୍ୟାହ୍ନରେ ବର୍ଷାଜଳ ଜମିରହି ଯାତୟତ ୫ ଘଣ୍ଟା ଠପ୍ ହୋଇଯାଇଥିଲା । ପୂର୍ବତଟ ରେଳପଥ ଅଧୀନରେ ଥିବା ଏହି ଭୂତଳରାସ୍ତା ଇଂରେଜ ଶାସନ ସମୟରେ ନିର୍ମିତ ହୋଇଥିଲା । ଏଥିରେ ଜଟଣୀ ପୌରପରିଷଦ ଓ ପଞ୍ଚାୟତ ଅଧୀନର କେତେକ ଅଞ୍ଚଳରେ ବ୍ୟବହୃତ ଦୂଷିତ ଜଳ ଏବଂ ପ୍ରତ୍ୟକ ୱାର୍ଡର ଡ୍ରେନ ପାଣି ଏହି ଭୂତଳରାସ୍ତାରେ ଥିବା ଡ୍ରେନରେ ନିଷ୍କାସିତ ହୋଇଥାଏ । କାଳକ୍ରମେ ଏହି ଟ୍ରେନ୍‌ଟି ପୋତିହୋଇଯିବା ପରେ ସାଧାରଣ ବର୍ଷାରେ ଏଠାରେ ପାଣି ଜମି ରହିଥାଏ । ଲଗାଣ ବର୍ଷାରେ ୨୦ଫୁଟ ପାଣି ଏଥିରେ ଜମି ରହି ଖୋଦ୍ଧ-ପିପିଲି ସଂଯୋଗ ବିଛିନ୍ନ ହୋଇଯାଇଥାଏ । ତେବେ ଏ ନେଇ ଦୀର୍ଘ ୫୦ବର୍ଷରୁ ଜଟଣୀବାସୀ ଫ୍ଳାଏ ଓଭରବ୍ରିଜ ନିର୍ମାଣପାଇଁ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ । ଏହି ଭୂତଳ ରାସ୍ତାରେ ରାଜ୍ୟ ସରକାରଙ୍କ ଅନୁଦାନରେ ଫ୍ଳାଏ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ନିର୍ମାଣରେ ଅନିୟମିତତାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାଦବିବାଦ ଲାଗି ରହି ଶେଷରେ କାର୍ଯ୍ୟ ବନ୍ଦ ଏବଂ ଦୁଇଦୁଇଟି ଠିକାଦାର ପରିବର୍ତ୍ତନ ମଧ୍ୟ ହୋଇଛନ୍ତି । ଶେଷରେ ଉକ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ ହୋଇପାରିନାହିଁ । ଫଳରେ ଲେକେ ଏହି ଭୂତଳ ରାସ୍ତା ସମସ୍ୟାରୁ ମୁକୁଳିପାରିନାହାନ୍ତି ।

ରିପୋର୍ଟ ସଞ୍ଜୀବ କୁମାର ।