
ବାଲିଗୁଡା,୦୭-୦୭{ଜ଼ିଲ୍ଲା ଖବର}: କନ୍ଧମାଳ ଜିଲ୍ଲାରେ ଗତ ୫ ତାରିଖ ଦିନ ସିର୍ଲା ପଞ୍ଚାୟତର କେହାଲିଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ୪ ମାଓବାଦୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବହୁପରିମାଣ ରେ ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ୍ । ଏନକାଉଁଟର ପରେ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଥିଲା । ପୁଣି ସେହି ନିକଟ ଜଙ୍ଗଲରେ ତିନି ଜଣ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ପଳେଇଯାଇଥିବା ଜଣାପଡ଼ିଛି । ମୃତ ମାଓବାଦୀ ଜଣଙ୍କ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯଇଛି । କନ୍ଧମାଳ ଏସପିଙ୍କ ନେତୃତ୍ବରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



