
କବିସୂର୍ଯ୍ୟନଗର,୭/୦୭(ଜିଲ୍ଲା ଖବର) : କବିସୂର୍ଯ୍ୟନଗର ଥାନା ବାଲିଛାଇ ଗ୍ରାମର ଚକାଡୋଳା ରାଇସ ମିଲ ମାଲିକ ସନ୍ତୋଷ କୁମାର ସାହୁ ଗତ ଜୁଲାଇ ୧ ତାରିଖ ରେ ପୋଲସରା ଆନ୍ଧ୍ର ବ୍ୟାଙ୍କ ରୁ ଦୁଇ ଲକ୍ଷ ଟଙ୍କା ଉଠାଇ ବାଇକ ଡ଼ିକିରେ ରଖିଥିବାବେଳେ ଡ଼ିକି ଭାଙ୍ଗି କେହି ଦୁର୍ବୁତ୍ତ ନେଇଯିବା ପରେ କବିସୂର୍ଯ୍ୟନଗର ଥାନା ରେ ଏତଲା ଦେଇଥିଲେ. ଏବଂ କୌଣସି ସୂତ୍ରରୁ ଖବର ପାଇ ବାଲିଛାଇ ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ କରି ଘଟଣାରେସମ୍ପୃକ୍ତ ଏ.ଅଜନା ରାଓ କୁ ଆଜି ତାଙ୍କ ଆସିକା ଘରୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଜବତ କରି ଥାନା କେସ ନଂ.୧୬୯/୨୦ ପ୍ରକାରେ ଦଣ୍ଡଵିଧି ଆଇନ ୩୭୯ ରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି..
କବିସୂର୍ଯ୍ୟନଗର ରୁ ନାରାୟଣୀ ପ୍ରସାଦ ମିଶ୍ର.



