
୦୭/୦୭:(ଜିଲ୍ଲା ଖବର)ବିରଳ ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ଆଉ ଆମଗହଣରେ ନାହାଁନ୍ତି।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଟ୍ରେନ୍ ଲାଇନରୁ ତାଙ୍କରି ମୃତଦେହ ଉଦ୍ଧାର ହୋଇଛି ,ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ। ଓଡ଼ିଶାର ଜଣେ ଜଣାଶୁଣା ସମାଜସେବୀ ରୂପେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ଭୁବନେଶ୍ବରରେ ମାତୃପିତୃ ଆଶ୍ରମ ନାମରେ ଗୋଟିଏ ବୃଦ୍ଧାଶ୍ରମ ଏବଂ ପିପୁଲ୍ସ ଫର୍ ସେବା ନାମରେ ଗୋଟିଏ ସ୍ବେଛାସେବୀ ସଂଗଠନ କରି ଅସହାୟ ଲୋକଙ୍କୁ ଖାଇବାକୁ ଦେବାର ବ୍ୟବସ୍ଥା କରି ମହାନତାର ପରିଚୟ ସୃଷ୍ଟି କରିଥିବା ଏହି ବିଶିଷ୍ଟ ସମାଜସେବୀ,ବହୁବିଧ ପ୍ରତିଭାର ଅଧିକାରୀ ତଥା ପିପୁଲ୍ସ ଫର୍ ସେବାର ପ୍ରତିଷ୍ଠାତା ମାନବପ୍ରେମୀ ଆଦିତ୍ୟ ଦାଶ ଆଉ ଆମଗହଣରେ ନାହାଁନ୍ତି। ତାଙ୍କରି ଅମର ଆତ୍ମାର ସଦଗତି ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।


