Thursday, October 15, 2026
Home ଅପରାଧ ବାଇକ ମୁହାଁମୁହିଁ ଦୁର୍ଘଟଣା: ବାପ ଝିଅଙ୍କ ମୃତ୍ୟୁ

ବାଇକ ମୁହାଁମୁହିଁ ଦୁର୍ଘଟଣା: ବାପ ଝିଅଙ୍କ ମୃତ୍ୟୁ

93
Representational Image/dreamstime

ବାଲିଗୁଡା,୦୬-୦୭{ଜ଼ିଲ୍ଲା ଖବର}: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଘଟିଯାଇଛି ମର୍ମନ୍ତୁଦ ମୋଟରସାଇକେଲ ଦୁର୍ଘଟଣା | ସୂଚନା ପ୍ରକାରେ ତୁମୁଡ଼ିବନ୍ଧ ଅଞ୍ଚଳରୁ ବାପା,ମା ଓ ଝିଅ ନିଜ ମୋଟରସାଇକେଲ ଯୋଗେ ସାରଙ୍ଗଡ଼ ଅଭିମୁଖେ ବାହାରିଥିଲେ । ବିପରୀତ ଦିଗରୁ ମଦ୍ୟପାନ କରି ଦୃତ ଗତିରେ ମୋଟରସାଇକେଲ ଆସୁଥିଲେ | ଚାଳକ ଉତ୍ସବ ମଲ୍ଲିକ ସାମ୍ନା ପଟୁ ଆସୁଥିବା ମୋଟରସାଇକେଲକୁ ଧକ୍କା ହୋଇଥିଲା | ଫଳରେ ଘଟଣାସ୍ଥଳରେ ବାପା ବିପ୍ରବର ସାହୁ ଓ ଝିଅ ଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ମା ରାଜଲକ୍ଷ୍ମୀ ସାହୁ ଗୁରୁତର ଆହତ ହୋଇଛନ୍ତି । ମଦ୍ୟପ ମୋଟରସାଇକେଲ ଚାଳକ ଉତ୍ସବ ମଲ୍ଲିକ ଓ ଗୁରୁତର ମା ରାଜଲକ୍ଷ୍ମୀ ସାହୁଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ବାଲିଗୁଡ଼ା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିବାସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ