
ବାଲିଗୁଡା,୦୬-୦୭{ଜ଼ିଲ୍ଲା ଖବର}: କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏକ ଟେଲିଫୋନ ଟାୱାର ଉପରେ ଚଢି ଜଣେ ମହିଳା ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ଏହି ମହିଳାକୁ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଦେଖିବାପରେ ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ, ଓ ପୋଲିସଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଟାୱାର ଉପରୁ ଉଦ୍ଧାର କାର୍ଯ୍ୟ କରିଥିଲେ | ଏହି ମହିଳା ଜଣକ ଫୁଲବାଣୀରୁ ଆସି ବୁଲୁ ଥିଲେ | ଲକ୍ଡ଼ାଉନ୍ ଯୋଗୁଁ ସବୁଆଡ଼େ ଶୂନ୍ଶାନ୍ ଥିବା ବେଳେ ଏହାର ସୁଯୋଗ ନେଇ ମହିଳା ଜଣକ ଟାୱାରା ପ୍ରାୟ 110 ଫୁଟରୁ ଅଧିକ ଉପରକୁ ଚଢିଯାଇଥିଲେ। ବୋଲି ସୂଚନା ମିଳିଛି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



