
ବାଲିଗୁଡା-୦୬/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ଶ୍ରାବଣ ମାସ ଆରମ୍ଭ ହେଉଥିବାରୁ ଏହି ମାସର ବୋଲବମ ଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ସଜାଗ ରହିଛନ୍ତି। ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ,ଶୈବପୀଠ,ପୁଷ୍କରିଣୀ ଏବଂ ବୋଲବମ ଭକ୍ତଙ୍କ ଗତିବିଧି ଉପରେ ରୋକ ଲଗାଇଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ପ୍ରକାରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଧାରା CRPC 144(2)ଅନୁଯାଇ କୋବିଡ-୧୯ ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ନିଆ ଯାଇଥିବା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



