Tuesday, October 20, 2026
Home ଆଞ୍ଚଳିକ ଟାଟା ମ୍ୟାଜିକ୍ ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ।

ଟାଟା ମ୍ୟାଜିକ୍ ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ।

98

ବାଲିଗୁଡା- ୦୬/୦୭{ଜିଲ୍ଲା ଖବର}:ବାଲିଗୁଡ଼ା ଥାନା ଅନ୍ତର୍ଗତ ତଗାକିଆ ଗ୍ରାମରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସକାଳ ସମୟରେ ବାଲିଗୁଡ଼ାରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍ ଗାଡ଼ି OD12C-6711 ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଚାଲିଚାଲି ଯାଉଥିବା ଜଣେ ପ୍ରାୟ ୯୦ ବର୍ଷୀୟା ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଡାକ୍ତରଖାନାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଛନ୍ତି। ଟାଟା ମ୍ୟାଜିକ୍ ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଟାଟା ମ୍ୟାଜିକ୍ ଗାଡ଼ିରେ ଯାଉଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ମୃତ ବୃଦ୍ଧ ଜଣକ ତଗାକିଆ ଗ୍ରାମର ପ୍ରହଲ୍ଲାଦ ମଲ୍ଲିକ ବୋଲି ସୂଚନା ମିଳିଛି। ସେପଟେ ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ଗାଡ଼ି ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ