Saturday, October 10, 2026
Home ଆଞ୍ଚଳିକ ପୋଲିସ-ମାଓବାଦୀ ଗୁଳିବିନମୟ ୪ ମାଓବାଦୀ ନିହତ।

ପୋଲିସ-ମାଓବାଦୀ ଗୁଳିବିନମୟ ୪ ମାଓବାଦୀ ନିହତ।

68

ବାଲିଗୁଡା-୦୫/୦୭(ଜିଲ୍ଲା ଖବର):କନ୍ଧମାଳ ଜିଲ୍ଲା ପୁଲିସର ଏସ୍‌ଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ସିର୍ଲା ପଂଚାୟତର ବଙ୍ଗରୁ ପାହାଡ ଉପରେ ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିଲା। କିନ୍ତୁ ସର୍ଚ୍ଚ ଅପରେସନ ସମୟରେ ପୋଲିସ-ମାଓବାଦୀ ମୁହାମୁହିଁ ହୋଇ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମାଓବାଦୀମାନେ ଅଧିକ ସମୟ ପୁଲିସ୍ ସହିତ ମୁକାବିଲା କରି ନପାରି ଛତ୍ରଭଙ୍ଗ ଦେଇ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଥିଲେ। ଆଜି ସକାଳୁ ଏସଓଜି ଟିମ୍ ସର୍ଚ୍ଚ କରି ଏକ ମାଓ କ୍ୟାମ୍ପ ଠାବ କରିବା ସହ ୪ ଜଣ ମାଓବାଦୀଙ୍କ ମୃତ ଶରୀର ଠାବ କରିଥିବା ସୂଚନା ମିଳିଛି। ଏହାସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ସର୍ଚ୍ଚ ଅପରେସନ ଲାଗିରହିଛି। ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା ଏସପି ପ୍ରତିକ୍ ସିଂ ସୂଚନା ଦେଇଛନ୍ତି।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ