Wednesday, October 14, 2026
Home ଆଞ୍ଚଳିକ ବିଦ୍ୟୁତ୍ ଆଘାତ ରେ ଚାରିଜଣ ଆହତ।

ବିଦ୍ୟୁତ୍ ଆଘାତ ରେ ଚାରିଜଣ ଆହତ।

133

ବାଲିଗୁଡା-୦୫/୦୭:{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା ରେ କାଲି ଠାରୁ ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ଲାଗିରହିଛି। ଏହାର ପ୍ରଭାବ ଦେଖିବାକୁ ମିଳିଛି ଖଜୁରୀପଡ଼ାରେ,ଖଜୁରୀପଡ଼ା ର ମୁଖ୍ଯ ବଜାର ସାହିରେ ପରିବାର ସହିତ ଘରଭିତରେ ଥିବା ଲୋକଙ୍କୁ କରେଣ୍ଟ ଆଘାତରେ ଆହତ ହୋଇ ଥିଲେ କାଞ୍ଚନବାଳା ଜେନା,ନଳୀନି ସାମନ୍ତରାୟ,ନମିତା ସାହୁ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଘରେ ଥିବା ବେଳେ ହଠାତ୍ ଘଡ଼ଘଡ଼ି ବେଳେ ବିଦ୍ୟୁତ୍ ଆଘାତ ଲାଗିଥିବା ଅନୁମାନ କରାଯାଉଛି। ପ୍ରଥମେ ସେମାନଙ୍କୁ ଖଜୁରୀପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ମୁଖ୍ଯ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।ଘଟଣା ସମ୍ପର୍କରେ ସୁଚନା ପାଇ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଉଭୟ ଖଜୁରୀପଡ଼ା ଏବଂ ଫୁଲବାଣୀ ଜିଲ୍ଲା ମୁଖ୍ଯ ହସପିଟାଲ ଅଧିକାରୀଙ୍କୁ ଯୋଗାଯୋଗ କରି ଆହତ ମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ