
ବାଲିଗୁଡା, (ପ୍ରଶାନ୍ତ କୁମାର ନାୟକ) : କନ୍ଧମାଳ ଜିଲ୍ଲା ଲଗାଣ ବର୍ଷା ଫଳରେ ଏକର ଏକର ଜମି ନଷ୍ଟ ହୋଇଛି l କେମିତି ଋଣ ଶୁଝିବେ ଏନେଇ ଚିନ୍ତାରେ ଚାଷୀ ଏମିତି ଦେଖିବାକୁ ମିଳିଥିଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବହୁ ଗ୍ରାମପଞ୍ଚାୟତରେ କିନ୍ତୁ ପ୍ରଶାସନ ଏହାର କୌଣସି ପଦକ୍ଷେପ ନ ନେବାର ଅଭିଯୋଗ ହୋଇଛି l



ବୁଡରୁକିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଗୁଡା ଓ ମୁଶକ୍କୀଉରେ ଏମାନଙ୍କ ଜମିରେ ପାହାଡ଼ରୁ ପାଣି ଓ ମାଟି ଆସି ବନ୍ଧେଇ ଥିବା ହୁଡ଼ା ଧୋଇ ହୋଇ ସବୁ ଧାନ ଗଛ ପୋତି ହୋଇଯାଇଛି l ଏ ପର୍ଯ୍ୟନ୍ତ ପ୍ରଶାସନର କୌଣସି ପଦକ୍ଷେପ ନେଇ ନଥିବାର କନ୍ଧମାଳ ଜ଼ିଲ୍ଲା ରେ ଦେଖିବାକୁ ମିଳିଛି l



