Monday, October 12, 2026
Home ଆଞ୍ଚଳିକ ପ୍ରଥମ ଥର ପାଇଁ ବଗିଚାରେ ବ୍ରହ୍ମକମଳ ଫୁଟିଥିବା ଦେଖି ପରିବାର ଲୋକଙ୍କ ମନରେ ଖୁସି।

ପ୍ରଥମ ଥର ପାଇଁ ବଗିଚାରେ ବ୍ରହ୍ମକମଳ ଫୁଟିଥିବା ଦେଖି ପରିବାର ଲୋକଙ୍କ ମନରେ ଖୁସି।

204

ବାଲିଗୁଡା-୦୫/୦୭:{ଜିଲ୍ଲା ଖବର} କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସି ଅନ୍ତର୍ଗତ ଗୁଳିମରାପଦା ନିକଟରେ ରୁହନ୍ତି N.ସରସ୍ବତୀ ରାଓ ପୁଅ N.ତିରୁପତି ରାଓ ସେ ବାଲିଗୁଡା ତହସିଲ ଅଫିସରେ କାର୍ଯ୍ୟକରନ୍ତି। ତାଙ୍କ ଘର ବଗିଚାରେ ଆଜି ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ଏଥିରେ ପରିବାର ସଦସ୍ଯ ମାନେ ଖୁସି ରେ ବିଭୋର ହୋଇଯାଇଥିଲେ। ତେବେ ପ୍ରଥମ ଥର ପାଇଁ ତାଙ୍କର ବଗିଚାରେ ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଥିଲା।ବ୍ରହ୍ମକମଳ ଫୁଲ ଫୁଟିଥିବାର ସ୍ଥାନୀୟ ବାସିନ୍ଦା ଜାଣିପାରି ଏହି ଫୁଲକୁ ଦେଖିବାକୁ ଲୋକେ N.ତିରୁପତି ରାଓଙ୍କ ଘରକୁ ଯିବାର ଦେଖିବାକୁ ମିଳିଥିଲା।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ