Saturday, November 14, 2026
Home ଆଞ୍ଚଳିକ ଜିଲ୍ଲା ଖବରର ପ୍ରଭାବ:ବ୍ୟାଙ୍କ ତରଫରୁ କୋରନା ସତର୍କତା ଅବଲମ୍ବନ,,,

ଜିଲ୍ଲା ଖବରର ପ୍ରଭାବ:ବ୍ୟାଙ୍କ ତରଫରୁ କୋରନା ସତର୍କତା ଅବଲମ୍ବନ,,,

84

ଜଗନ୍ନାଥ ପ୍ରସାଦ,୪/୦୭(ଜିଲ୍ଲା ଖବର) : ଜଗନ୍ନାଥ ପ୍ରସାଦ ମୁଖ୍ୟ ରାସ୍ତା କଡରେ ଥିବା ଇଣ୍ଡିଆନ ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କ ତରଫରୁ କୋରନା ନିୟମ ଉଲଘଂନ କରା ଯାଇ ଗ୍ରାହକ ମାନଙ୍କୁ ଉଚିତ ସେବା ଯୋଗା ଯାଉ ନଥିବା ଖବର zilla khabar ରେ ୨୬/୦୬/୨୦୨୦ରେ ପ୍ରକାଶ କରା ଯାଇଥିଲା,ଓ ଖବର ପ୍ରକାଶନ ସମୟ ରେ ସୂଚନା ଦେଉ ଥିଲୁ ଯଦି ଗୋଷ୍ଟି ସଂକ୍ରମଣ ହୋଇ ଜଗନ୍ନାଥ ପ୍ରସାଦ ରେ କୋରନା ମହ।ମାରି ବ୍ୟାପେ ତାହା ହେଲେ ଉଭୟ ବ୍ୟାଙ୍କ କତ୍ତୃପକ୍ଷ ଦାୟୀ ରହିବେ ।ଖବର ପ୍ରକାଶନ ପରେ ଷ୍ଟେଟ ବ୍ୟାଙ୍କ ତରଫରୁ ଗ୍ରାହକ ମାନଙ୍କ ସୁବିଧା ପାଇଁ ଓ କୋରନା ନିୟମ ଅନୁଯାୟୀ ସାମାଜିକ ଦୂରତା ପାଇଁ ବ୍ୟାଙ୍କ ଆଗରେ ଗୋଲ କରାଯାଇଛି, ଗ୍ରାହକ ମାନ ଙ୍କୁ ଗରମ ଦାଉରୁ ରକ୍ଷା ପାଇଁ ବ୍ୟାଙ୍କ ଆଗରେ ପାଲ ଟଣା ଯାଇଛି,ବ୍ୟାଙ୍କ ଆଗରେ ପାଣି,ସାନିଟାଇଜର, ରଖା ଯାଇଛି,ବ୍ୟାଙ୍କ କୁ ଆସୁଥିବା ସମସ୍ତ ଗ୍ରାହକ ଙ୍କୁ ବ୍ୟାଙ୍କ କର୍ମଚାରୀ ଦ୍ୱାରା ଥର୍ମାଲ ପରୀକ୍ଷା କରା ଯାଉଛି,ଯେଉଁ ଗ୍ରାହକ ର ଲାଲ ସଂକେତ ଦେଖା ଯାଏ ତାକୁ ମଧ୍ୟ ବ୍ୟାଙ୍କ କୁ ଯିବାକୁ ବାରଣ କରାଯାଉଛି।କିନ୍ତୁ ଇଣ୍ଡିଆନ ବ୍ୟାଙ୍କ ତରଫରୁ କେବଳ ଗ୍ରାହକ ମାନେ ସମ ଦୂରତା ରେ ରହିବା ପାଇଁ ବାଉଁସ ରେ ଵ୍ୟରିକେଡ଼ କରିଛନ୍ତି, ପୁରୁଷ ଓ ମହିଳା ମାନେ ଆଗପରି ବ୍ୟାଙ୍କ ଆଗରେ ଗରମ ରେ ଦୀର୍ଘ ସମୟ ଧରି ଠିଆ ହେଉଛନ୍ତି। ଇଣ୍ଡିଆନ ବ୍ୟାଙ୍କ ତରଫରୁ କୋରନା ନିୟମ ର ଉଲଘଂନ କାର ଯାଉଥିବା ଯୋଗୁଁ ଉଚ୍ଚ ସ୍ତରୀୟ ତଦନ୍ତ କରା ଯିବା ସହ କାର୍ଯ।ନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।

ରିପୋର୍ଟ-ନିରାକାର ସାହୁ