
ହିଞ୍ଜିଳିକାଟୁ ଓକିଲ ସଂଘର ନୂତନ ଅଧ୍ୟକ୍ଷ ତଥା ପୂର୍ବତନ ସଭାପତି ଦ୍ୱିତୀକୃଷ୍ଣ ସାବତଙ୍କ ପିତା ଲଷ୍ମୀ କାନ୍ତ ସାବତ (୮୦)ଆଜି ହିଞ୍ଜିଳି ସ୍ଥିତ ତାଙ୍କର ବାସଭବନରେ ସକାଳ ପ୍ରାୟ ୬ଘଣ୍ଟ ସମୟରେ ପରଲୋକ ଘଟିଛି। ସ୍ୱର୍ଗତ ଲଷ୍ମୀ କାନ୍ତ ସାବତ ଜଣେ ମିଷ୍ଟଭାସି,ମେଳାପି,ପରୋପକାରୀ, ଧର୍ମପରାୟଣ,ବ୍ୟକ୍ତି ଥିଲେ ତାଙ୍କର ଦୁଇ ପୁଅ,ତିନି ଝିଅ। ପରଲୋକ ହୋଇଥିବା ସମୟରେ ତାଙ୍କର ଧର୍ମ ପତ୍ନୀ,ସାନପୁଅଙ୍କ ସହ ବୋହୂ, ଓ ନାତି ଉପସ୍ଥିତ ଥିଲେ ହିଞ୍ଜିଳି ବ୍ଲକର ସିକିରି ଗ୍ରାମର ଋଷିକୂଲ୍ୟା ନଦୀ ତଟସ୍ଥ ସ୍ମସାନରେ ଅନ୍ତିମ ସଂସ୍କାର କରାଯାଇଛି। ଏହି ଖବର ଶୁଣି ହିଞ୍ଜିଳି ସହରରେ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ରିପୋର୍ଟ ରଜନୀକାନ୍ତ ପାତ୍ର


