Wednesday, October 14, 2026
Home ଆଞ୍ଚଳିକ ଟ୍ରକ ସହ ମୋଟର ସାଇକେଲ ଧକ୍କାରେ ମା’ ମୃତ ଓ ପୁଅ ଗୁରୁତର।

ଟ୍ରକ ସହ ମୋଟର ସାଇକେଲ ଧକ୍କାରେ ମା’ ମୃତ ଓ ପୁଅ ଗୁରୁତର।

18

ବାଲିଗୁଡା-୦୪/୦୭{ଜିଲ୍ଲା ଖବର}:କୋଟଗଡ ବ୍ଲକ ଓ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜରିଘାଟି ଠାରେ ବାଇକ ରେ କୋଟଗଡରୁ ବାଲିଗୁଡା ମାଆ ଓ ପୁଅ ଯାଉଥିବା ବେଳେ ସାମ୍ନା ପଟୁ ଏକ ମାଲବାହୀ ଟ୍ରକ MH40BG6057 ଟି ଦ୍ରୁତ ଗତି ରେ ରାସ୍ତା ର ଡାହାଣ ଆଡକୁ ମାଡି ଆସିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କ ମା ତୁଳସା ରଣା ଙ୍କ ମୁଣ୍ଡ ଉପରେ ଟ୍ରକ ର ଆଗ ଚକ ଚଢି ଯିବାରୁ ତାଙ୍କ ର ମୃତ୍ୟୁ ହୋଇଥିଲା ଏବଂ ପୁଅ ପିଣ୍ଟୁ ରଣାଙ୍କୁ ଅଚେତ ଅବସ୍ଥାରେ କୋଟଗଡର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦିଆଯାଇଛି। ସେଠାରୁ ଟ୍ରକ ଡ୍ରାଇଭର ଓ ହେଲପର୍ ଫେରାର ହୋଇଯାଇଥିବାରୁ କ୍ଷତିପୂରଣ ଦାବୀ ନେଇ ସାଧାରଣ ଜନତା ରାସ୍ତା ରୋକ କରିବା ସହ ଘଟଣା ସ୍ଥଳ ରେ ଚାପା ଉତ୍ତେଜନା ଲାଗି ରହିଛି। ରାସ୍ତା ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଛି ଓ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ SI ତ୍ରିଲୋଚନ ପ୍ରଧାନ SI ନୀଳାଞ୍ଚଳ ଜେନା ବୁଝାସୁଝା କରିବା ସହ ତୁମୁଡିବନ୍ଧ ଥାନାରେ କେସ ନଂ ୫୪/୨୦ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛନ୍ତି ପୁଲିସ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ