Monday, October 12, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲାପାଳଙ୍କ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା ପରେ ଜୁଲାଇ ମାସର ପ୍ରଥମ...

କନ୍ଧମାଳ ଜିଲ୍ଲାପାଳଙ୍କ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା ପରେ ଜୁଲାଇ ମାସର ପ୍ରଥମ ସଟଡାଉନ।

64

ବାଲିଗୁଡା-୦୪/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ରେ ପ୍ରତି ଶନିବାର ଓ ରବିବାର ଏକମାସ ପର୍ଯ୍ୟନ୍ତ ସଟ୍ ଡାଉନ୍। ଆଜି ଜୁଲାଇ ମାସର ସଟ୍ ଡାଉନ୍‌ର ପ୍ରଥମ ସପ୍ତାହ।ଆଜି ସକାଳ ୬ଟାରୁ ସୋମବାର ସକାଳ ୬ଟା ଯାଏଁ କନ୍ଧମାଳ ଜିଲ୍ଲାରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ବଳବତ୍ତର ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରହିଛି। କନ୍ଧମାଳ ଜିଲ୍ଲାରେ କାଳେ କରୋନା ସଂକ୍ରମଣ ବଢିବାର ଆଶଙ୍କାକୁ ବଜାୟ ରଖି କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ ରୂପେ ଜିଲ୍ଲାପାଳ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକ କ୍ଷେତ୍ରରେ ଯାତାୟତ କରିପାରିବେ। ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅନାବଶ୍ୟକ ଯାତାୟତ ଉପରେ ରୋକ୍ ଲଗାଇଛି। ଆଜି ବାଲିଗୁଡା ଠାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। କେବଳ ହସ୍‌ପିଟାଲ,ଔଷଧ ଦୋକାନ ଭଳି ଜରୁରୀ ସେବା ସଂସ୍ଥା ଖୋଲା ରହିବ। ପେଟ୍ରୋଲ ପମ୍ପ,ଜଳ ଯୋଗାଣ,ପରିମଳ,ଟେଲିଫୋନ୍‌, ଆମ୍ବୁଲାନସ୍‌,ଗଣମାଧ୍ୟମ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ମଧ୍ୟ କଟକଣାମୁକ୍ତ ରହିବ। ଜିଲ୍ଲାପାଳ,ପୌର କାର୍ଯ୍ୟାଳୟ ସହ ଅଗ୍ନିଶମ କେନ୍ଦ୍ର ଓ ଥାନା ଖୋଲା ରହିବ। ବାଲିଗୁଡା ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ