ଖୋର୍ଦ୍ଧା,୪/୦୭(ଜିଲ୍ଲା ଖବର) : ବିଦ୍ୟୁତ୍ କାଟ୍ କୁ ନେଇ ସାଧାରଣରେ ଅସନ୍ତୋଷ ବଢୁଛି । କିଛି ଦିନ ହେବ କ୍ରମାଗତ ଭାବେ ଉଭୟ ଦିନ ଓ ରାତିରେ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଛି । ଯାହାଫଳରେ କାର୍ଯ୍ୟାଳୟ ମାନଙ୍କରେ ନିହାତି ଆବଶ୍ୟକୀୟ କାର୍ଯ୍ୟ ବେଲ୍ ମାରୁଛି । ମହାମାରୀ କରୋନା ପାଇଁ ଏବେ ସମସ୍ତେ ଲକ୍-ଡାଉନ ନିୟମ ପାଳନ କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା ନିମନ୍ତେ ନାନା ସମସ୍ୟା ଭୋଗୁଛନ୍ତି
। ସରକାରଙ୍କ ନିୟମ ଅନୁଯାୟୀ ଛାତ୍ରଛାତ୍ରୀମାନେ ଘରେ ରହି ଅନ୍ ଲାଇନ୍ ସାହାର୍ଯ୍ୟରେ ପାଠ ପଢ଼ୁଥିବାବେଳେ ବାରମ୍ବାର ବିଦ୍ୟୁତ୍ କାଟ୍ ତାଙ୍କ ପାଇଁ ଏକ ପ୍ରକାର ବାଧକ ସାଜୁଛି । ଲକ୍-ଡାଉନରେ ଗୃହିଣୀମାନେ ଏକପ୍ରକାର ବନ୍ଦୀ ଜୀବନ ବିତାଉଥିବା ବେଳେ ମନୋରଞ୍ଜନ ନିମନ୍ତେ ଟିଭି ର ଆନନ୍ଦ ନେଇପାରୁନାହାଁନ୍ତି । ମୁଖ୍ୟତଃ, ବର୍ତମାନର ତାପମାତ୍ରା ଯାହା ବିନା ବିଜୁଳିରେ ଘରେ ରହିବା ଅସମ୍ଭବ ହୋଇପଡୁଛି । ଏଭଳି ପରିସ୍ଥିତିରେ ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ଲୋକମାନେ ବିରକ୍ତି ମନୋଭାବ ପ୍ରକାଶ କରିଛନ୍ତି । ବିଦ୍ୟୁତ୍ ବିଭାଗର ମନଇଚ୍ଛା ବିଦ୍ୟୁତ୍ କାଟ୍ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ସମସ୍ୟା ଉପରେ ସ୍ଥାନୀୟ ପ୍ରଶାସନ କଡ଼ା ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ ସଞ୍ଜୀବ କୁମାର


