
ଖୋର୍ଦ୍ଧା,୪।୭(ଜିଲ୍ଲା ଖବର) : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବିଙ୍କୁଡ଼ିଆ ଗ୍ରାମ ରେ ବାରହା ଆକ୍ରମଣ ରେ ଜଣେ ମହିଳାଙ୍କ ସମେତ ୨ଜଣ ଆହତ ହୋଇଛନ୍ତି । ଆହତ ୨ଜଣ ହେଲେ ଗ୍ରାମର ସୁଲୋଚନା ମହାପାତ୍ର(୬୨) ଓ ବ୍ରଜବନ୍ଧୁ ବାରିକ(୩୧) ।
ସୂଚନା ଅନୁସାରେ, ଗ୍ରାମ ମଧ୍ୟ କୁ ଆଜି ହଠାତ ଏକ ବାରାହା ପଶି ଆସି ସୁଲୋଚନା ଙ୍କ ସମେତ ବ୍ରଜବନ୍ଧୁ ଙ୍କୁ ଆକ୍ରମଣ କରିଥିଲା ।ଏହାପରେ ଘଟଣା ସ୍ଥଳରେ ଲୋକଜମା ହୋଇଯିବାରୁ ବାରାହା ଟି ଲୋକଙ୍କ ଭୟରେ କୂଅରେ ପଡିଯାଇଥିଲା। ଖବର ପାଇ ଖୋର୍ଦ୍ଧା ବନାଞ୍ଚଳ ବିଭାଗ କର୍ମଚାରୀ ମାନେ ବାରହା କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି। ତେବେ ବାରହା ଆକ୍ରମଣ ରେ ଆହତ ଦ୍ବୟ ଡାକ୍ତର ଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାଯାଇଛି ।
ରିପୋର୍ଟ ସଞ୍ଜିବି କୁମାର


