
ଜଟଣୀ, ୩/୭ (ଜିଲ୍ଲା ଖବର) : ସ୍ଥାନୀୟ ପୂର୍ବତଟ ରେଳବାଇ, ଖୋର୍ଧାରୋଡ଼ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ତରଫରୁ ଖୋର୍ଧାରୋଡ଼ ମଣ୍ଡଳ ସଂଯୋଜକ ପ୍ରମୋଦ ସାହାଣୀଙ୍କ ନେତୃତ୍ୱରେ ଏକ ଅଭିନବ ଉପାୟରେ ଶହ ଶହ କର୍ମଚାରୀ ୬ ଦଫା ଦାବି ସମ୍ବଳିତ ବିଭିର୍ଣ ସ୍ଲୋଗାନ ଲେଖା ଥିବା ଫ୍ଲାଗ କାର୍ଡ ଗୁଡିକ ଧରି ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ର ପ୍ରବେଶ ଦ୍ୱାରରେ ଦୁଇ ଲାଇନି ରେ ଠିଆ ହୋଇ ସାମାଜିକ ଦୂରତ୍ୱ ରକ୍ଷା କରି ମୁହଁରେ ମାକ୍ସ ଲଗାଇ କର୍ମଚାରୀ ଓ ଅଫିସର ମାନଙ୍କ ପ୍ରବେଶ ସମୟରେ ନିରବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ,,, ଡ଼ି,ଏ/ଡି,ଆର ଫ୍ରିଜିଙ୍ଗ ଆଦେଶକୁ ରଦ୍ଦ କରିବା, ପ୍ରତ୍ୟେକ ରେଳ କର୍ମଚାରୀଙ୍କୁ କୋବିଡ଼-୧୯ ଯୋଦ୍ଧା ଘୋଷଣା ସହିତ ୫୦ ଲକ୍ଷ ବିମାଭୁକ୍ତ କରାଇବା, ନୂତନ ପେନସନ ରଦ୍ଦ କରି ପୁରୁଣା ପେନସନ ଲାଗୁ କରାଇବା, ଶ୍ରମ ଆଇନି ସଂଶୋଧନ ମାଧ୍ୟମରେ ଶ୍ରମିକ ମାନଙ୍କ ଶୋଷଣ ବନ୍ଦ କରିବା, ଶ୍ରମିକ ବିରୋଧୀ ନୀତି ପ୍ରଚଳନ ବନ୍ଦ କରିବା, ରେଳବାଇ ଘରୋଇକରଣ କୁ ବନ୍ଦ କରିବା, ଭଳି ୬ ଦଫା ସମ୍ବଳିତ ଏକ ଦାବି ପତ୍ର ଡି ଆର ଏମ ଙ୍କୁ ପ୍ରଦାନ କରାଯାଇଥିଲା। ବିକ୍ଷୋଭ ପଦର୍ଶନ କାର୍ଯ୍ୟକ୍ରମ କୁ ସହ ସଂଯୋଜକ ସୁନୀଲ ଭଞ୍ଜ, ଓପେନ ଲାଇନ ଶାଖା ସଂପାଦକ ଏଲ ଡି ମହାନ୍ତିଙ୍କ ସହ ଶ୍ରୀନିବାସ ରାଓ, ପ୍ରଫୁଲ ବେହେରା, ଶରତ ପଣ୍ଡା, ବି କେ ନାୟକ, ଚିନ୍ମୟ ରାଉତ, ଏସ ଆର ପଟନାୟକ ଓ ମହମଦ ମୁସ୍ତାକ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।
ରିପୋର୍ଟ ସଞ୍ଜିବି କୁମାର ସେଠୀ




