Thursday, October 15, 2026
Home ଜିଲ୍ଲା କନ୍ଧମାଳ ଦାରିଙ୍ଗବାଡ଼ି ର ବନାଞ୍ଚଳ ତରଫରୁ ୭୧ତମ ବନ ମହୋତ୍ସବ ପାଳିତ

ଦାରିଙ୍ଗବାଡ଼ି ର ବନାଞ୍ଚଳ ତରଫରୁ ୭୧ତମ ବନ ମହୋତ୍ସବ ପାଳିତ

44

ବାଲିଗୁଡା,୦୩-୦୭-୨୦୨୦{ଜ଼ିଲ୍ଲା ଖବର}: ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ୭୧ତମ ବନ ମହୋତ୍ସବ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ସଦପାଙ୍ଗା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି | ଦାରିଙ୍ଗବାଡି ର ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଙ୍କ ନେତୃତ୍ୱ ରେ ସିମନବାଡ଼ି ବନପାଳ ହରିହର ବେହେରା, ବୁଡ଼ାଗୁଡ଼ା ରବି ମୋହନ ନାୟକ, ବନରକ୍ଷୀ ସୁଜାତା ସାହୁ, ସ୍ୱପ୍ନା ପାତ୍ର ସମେତ ସମସ୍ତ ବନ କର୍ମଚାରୀ ଙ୍କ ସହ ତିଲୋରି ଜଙ୍ଗଲ ରେ ଔଷଧିୟ ଚାରା ରୋପଣ କରାଯାଇଥିଲା ଓ ଏଥିରେ ତିଲୋରି ସରପଞ୍ଚ ବିଷ୍ଣୁ ଚରଣ ପ୍ରଧାନ, ସମିତି ସଭ୍ୟ ଇନ୍ଦ୍ରଜିତ ପ୍ରଧାନ ଓ ୱାର୍ଡ ର ସଭ୍ୟମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ସିମନବାଡ଼ି ବନପାଳ ହରିହର ବେହେରା, ବୁଡାଗୁଡା ବନପାଳ ରବି ମୋହନ ନାୟକ, ବନରକ୍ଷୀ ବିଜୟାନନ୍ଦ ସେଠି,ସୁଜାତା ସାହୁ, ସ୍ୱପ୍ନା ପାତ୍ର,ସୁବ୍ରତ ନାୟକ, ସୁଶୀଳ ପ୍ରଧାନ, ରୂପିଙ୍ଗା ମଲିକ ,ସୁଜାତିି ଦିଗାଲ, ପୁଷ୍ପିତା ନାୟକ, ସୁକାନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ ବନମାଳୀ ଗୌଡ, ମନୋଜ ବେହେରା ଓ କାହ୍ନୁ ବେହେରା ପ୍ରମୁଖ ଏମାନଙ୍କୁ ସହଯୋଗ କରିଥିଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ