
ବାଲିଗୁଡା,୦୩-୦୭-୨୦୨୦{ଜ଼ିଲ୍ଲା ଖବର}: କୋଟଗଡ ବ୍ଲକ ଓ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜରିଘାଟି ଠାରେ ବାଇକ ରେ କୋଟଗଡ ରୁ ବାଲିଗୁଡା ମାଆ ଓ ପୁଅ ଯାଉଥିବା ବେଳେ ସାମ୍ନା ପଟୁ ଏକ ମାଲବାହୀ ଟ୍ରକ MH40BG6057 ଟି ଦ୍ରୁତ ଗତି ରେ ରାସ୍ତା ର ଡାହାଣ ଆଡକୁ ମାଡି ଆସିଥିଲା | ଯାହା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କ ମା ତୁଳସା ରଣା ଙ୍କ ମୁଣ୍ଡ ଉପରେ ଟ୍ରକ ର ଆଗ ଚକ ଚଢି ଯିବାରୁ ତାଙ୍କ ର ମୃତ୍ୟୁ ହୋଇଥିଲା ଏବଂ ପୁଅ ପିଣ୍ଟୁ ରଣାଙ୍କୁ ଅଚେତ ଅବସ୍ଥା ରେ କୋଟଗଡ ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦିଆ ଯାଇଛି | ସେଠାରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ରୁ ଏବଂ କ୍ଷତିପୂରଣ ଦାବୀ ନେଇ ସାଧାରଣ ଜନତା ରାସ୍ତା ରୋକ କରିବା ସହ ଘଟଣା ସ୍ଥଳ ରେ ଚାପା ଉତ୍ତେଜନା ଲାଗି ରହିଛି |ରାସ୍ତା ଦୁଇ ପାର୍ଶ୍ଵ ରେ ଶତାଧିକ ଗାଡି ଅଟକି ରହିଛି ଓ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ SI ତ୍ରୀଲୋଚନ ପ୍ରଧାନ SI ନୀଳାଞ୍ଚଳ ଜେନା ବୁଝାସୁଝା କରିବା ସହ ତୁମୁଡିବନ୍ଧ ଥାନାରେ କେସ ନଂ 54/2020, ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛନ୍ତି ପୁଲିସ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



