
ବାଲିଗୁଡା-୦୨/୦୭{ଜିଲ୍ଲା ଖବର}:କନ୍ଧମାଳ ପୋଲିସ କୁ ବଡ଼ ସଫଳତା ମିଳିଛି।କମ୍ବିଂ ଅପରସେନ ବେଳେ ମାଓ କ୍ୟାମ୍ପ ଠାବ କରିଛି କନ୍ଧମାଳ ପୋଲିସ୍। ପୋଲିସକୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ କ୍ୟାମ୍ପ ରୁ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଜବତ କରିଛି। ପୋଲିସ।ସୂଚନା ପ୍ରକାରେ ଗତ ୨୯ ତାରିଖରୁ ଫିରିଙ୍ଗିଆ ଥାନା ସୁମରବନ୍ଧ ଜଙ୍ଗଲରେ କମ୍ବିଂ ଅପରେସନ ଏସ୍ଓଜି ଜବାନ୍ ଚଳାଇଥିଲେ। ପରେ ଲଦାପଦର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ନେଇ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ମାଓବାଦୀଙ୍କ ସହ ଏସ୍ଓଜି ଜବାନ୍ ମୁହାଁମୁହିଁ ହେବାପରେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ ମାଓବାଦୀ। ସେପଟେ କ୍ୟାମ୍ପ ରୁ ୧୫ କେଜି ବିସ୍ପୋରକ ଦ୍ରବ୍ୟ,ୟୁରିଆ,ଗନ୍ ପାଉଡର ଭଳି ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଜବତ କରିଛି ପୋଲିସ୍। କ୍ୟାମ୍ପ ସର୍ଚ୍ଚ କରିବାପରେ ସେଠାରୁ ୨୮ଟି ଡିଟୋନେଟର, ପୋଷ୍ଟର ମଲ୍ଟିମିଟର,ରିଚାର୍ଜେବୁଲ୍ ବ୍ୟାଟେରୀ,କ୍ୟାମ୍ପ ସାମଗ୍ରୀ,ବ୍ୟାଗ୍, ବନ୍ଧୁକ,ଲିଟରେଚର ଜବତ ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ପ୍ରତୀକ୍ ସିଂ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



