Thursday, October 15, 2026
Home ଆଞ୍ଚଳିକ କିସ୍ ଅନୁଷ୍ଠାନର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ।

କିସ୍ ଅନୁଷ୍ଠାନର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ।

40

ବାଲିଗୁଡା-୦୨/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ନୂଆଗାଁରେ ମହାମାରୀ କରୋନା ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଛି। କିନ୍ତୁ କିସ୍ ଅନୁଷ୍ଠାନରେ ବିଭିନ୍ନ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ପ୍ରଭାବିତ ହୋଇଛନ୍ତି ଓ ଏବେ ଲକଡାଉନ ପାଇଁ ନିଜ ନିଜ ଘରେ ରହୁଛନ୍ତି। ସେମାନେ କିପରି ନିଜ ଘରେ ରହି ଲକଡାଉନ ସମୟରେ ପାଠ ପଢିବେ ସେଥିପାଇଁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ଶିକ୍ଷାବର୍ଷର ପାଠ୍ଯ ଉପକରଣ, ସାନିଟାଇଜର,ଶୁଖିଲା ଖାଦ୍ୟ,ସାବୁନ୍ ଇତ୍ୟାଦି ଛାତ୍ର ଛାତ୍ରୀ ମାନଙ୍କ ଘରେ ପହଂଚି ପାରିବ ତାର ବ୍ଯବସ୍ଥା କରାଯାଇ ଗତ ଶୁକ୍ରବାର ଠାରୁ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛନ୍ତି। କିସ୍ ଅନୁଷ୍ଠାନରେ କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକର ପ୍ରାୟ ୨୩୧୬ ଜଣ ଛାତ୍ରଛାତ୍ରୀ କୁ ଉକ୍ତ ସମାଗ୍ରୀ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ଜାରି ରହିଛି। ସେହି ପରି କ ନୂଆଗାଁ ବ୍ଲକର ୧୭୩ ଛାତ୍ର ଛାତ୍ରୀ କୁ ସାରଙ୍ଗଡ଼ ପଞ୍ଚାୟତ ଦାସୀଗୁଡ଼ା ଗ୍ରାମରେ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ନୂଆଗାଁ ବ୍ଲକ କୋଡିନେଟର ଅଚ୍ୟୁତା ନନ୍ଦ ପାତ୍ର ପରିଚାଳନା କରିଥିଳଲେ ଏବଂ କିସ୍ ଅନୁଷ୍ଠାନର ଶିକ୍ଷକ ଦିଲିପ କୁମାର ପ୍ରଧାନ ସହଯୋଗ କରିଥିଲେ। ଜିଲ୍ଲା କୋଡିନେଟର ଭାଗୀ ରଥି ସେଠି ମଧ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ