Saturday, November 14, 2026
Home ଆଞ୍ଚଳିକ ହାପିନେସ୍ ଚାରିଟି ତରଫରୁ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ।

ହାପିନେସ୍ ଚାରିଟି ତରଫରୁ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ।

90


ଆସିକା-୦୨/୦୭:(ଜିଲ୍ଲା ଖବର) ଆସିକା ସ୍ଥିତ ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ୍ ଚାରିଟି(Happiness Charity) ନାମକ NGO ତରଫରୁ ନିକଟରେ ପ୍ରାଣ ହରାଇଥିବା ଆସିକା ସୁନାମ୍ବ ସାହି ସ୍ଥିତ ମୃତକଙ୍କ ଅସହାୟ ପରିବାରକୁ ଆର୍ଥିକ ସହାୟତା ସହ ଏକ ମାସ ନିମନ୍ତେ ରାସନ ସାମଗ୍ରୀ ସହାୟତା ରୂପେ ପ୍ରଦାନ କରାଯାଇଥିଲା। ଏଥିରେ ସଭାପତି ସୀତାରାମ ହୋତା,ସଂପାଦକ ଆଶିଷ କୁମାର ପୃଷ୍ଟି,ସଦସ୍ୟ ସମୀର ସାହୁ, ଶିବାଶିଷ ପାଢୀ,ତୁଷାର ପ୍ରଧାନ ଯୋଗ ଦେଇଥିଲେ। ସଂଘ ତରଫରୁ ଆଗାମୀ ଦିନରେ ପରିବା ବ୍ୟବସାୟୀ ମାନଙ୍କୁ ମାସ୍କ ଓ ସାନିଟାଇଜର୍ ପ୍ରଦାନ ତଥା ଆସିକା ସହରରେ ଅହୋରାତ୍ର ନିଷ୍ଠାପର ସେବା ଯୋଗାଇ ଦେଉଥିବା କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଭାପତି ଓ ସଂପାଦକ ଆଗାମୀ ଦିନରେ ଆସିକା ସହରର ସମସ୍ତ ସାମ୍ୱାଦିକ ବନ୍ଧୁଗଣ ଓ ସମ୍ବାଦପତ୍ର ବିତରକ ମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବ ବୋଲି ମତ ଦେଇଥିଲେ।

ରିପୋର୍ଟ ରତ୍ନାକର ଶୀୟ