
ବାଲିଗୁଡା-୦୨/୦୭{ଜିଲ୍ଲା ଖବର}:ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ। ମହାମରୀ କରୋନା ସଂକ୍ରମଣକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ କରିବାକୁ ନିଷ୍ପତି ନେଇଛନ୍ତି। ଏନେଇ ଆଜି ବିଜ୍ଞାପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଜିଲ୍ଲାକୁ ୧୦ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଫେରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି।ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ ସମୟରେ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସେବା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ଛାଡ଼ିଦେଲେ ଆଉ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



