Wednesday, October 14, 2026
Home ଆଞ୍ଚଳିକ ବାଲିଗୁଡା ବିନା ଭକ୍ତ ରେ ଜଗନ୍ନାଥ ମନ୍ଦିର ପରିସର ରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

ବାଲିଗୁଡା ବିନା ଭକ୍ତ ରେ ଜଗନ୍ନାଥ ମନ୍ଦିର ପରିସର ରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

53

ବାଲିଗୁଡା,୧/୦୭(ଜିଲ୍ଲା ଖବର) : ବାଲିଗୁଡ଼ା ବିନା ଭକ୍ତରେ ଜଗନ୍ନାଥ ମନ୍ଦିର ପରିସରରରେ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ମନ୍ଦିର ପରିବେଶ ମଧ୍ୟରେ ସୀମିତ ଥିଲା | ଏଥିରେ ମନ୍ଦିରର ପୂଜାରୀ ବାବୁଲା ପଣ୍ଡା, ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ମଧୁ ସୁଦନ ଦାଶ,ମନ୍ଦିର ଅନୁଷ୍ଠାନର କର୍ମକର୍ତ୍ତା, ସେବାୟତ,NAC ଅଧ୍ୟକ୍ଷ ଲୋକନାଥ ପାଢ଼ୀ, କୀର୍ତ୍ତନ ମଣ୍ଡଳୀ ,ପୋଲିସ କର୍ମଚାରୀ,ସହକାରୀ ଜିଲ୍ଲାପାଳ ହଳଧର ନାୟକ, ହରିଶ୍ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ସହଯୋଗରେ ଦେବନୀତି ଓ ଛେରାପହରା ନୀତିକାନ୍ତି କରାଯାଇଥିଲା ଏହି ସମସ୍ତ କାର୍ଯ୍ୟ ମନ୍ଦୀରର ଚାରିକାନ୍ଥ ଭିତରେ ସୀମିତ ଥିଲା | ଜଗନ୍ନାଥ ମନ୍ଦିରସ୍ଥଅସ୍ଥାୟୀ ମାଉସୀ ମା ମନ୍ଦିର ଭିତରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ରଖାଯାଇଥିଲା ଓ ଆଜି ଅସ୍ଥାୟୀ ଆଡପା ଘରକୁ ବିଜେ କରିଛନ୍ତି ତିନିଠାକୁର | ସମସ୍ତ ସେବାୟତ ଓ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାକ୍ସ ପିନ୍ଧି ସାମାଜିକ ଦୂରତା ବଜାୟ ରଖିଥିବାର ଦେଖିବାକୁ ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ