Saturday, November 14, 2026
Home ଆଞ୍ଚଳିକ କଂଗ୍ରେସ ତରଫରୁ ଗଞ୍ଜାମ ଜିଲ୍ଲାର ଚିନ୍ମୟ ହୋର୍ତାଙ୍କୁ ସମ୍ପାଦକ ଭାବେ ମନୋନୀତ

କଂଗ୍ରେସ ତରଫରୁ ଗଞ୍ଜାମ ଜିଲ୍ଲାର ଚିନ୍ମୟ ହୋର୍ତାଙ୍କୁ ସମ୍ପାଦକ ଭାବେ ମନୋନୀତ

37

ବ୍ରହ୍ମପୁର,୧/୦୭(ଜିଲ୍ଲା ଖବର) : ଅଖିଳ ଭାରତୀୟ କଂଗ୍ରେସ ,ରାଜ୍ୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଚିନ୍ମୟ କୁମାର ହୋତା ଙ୍କୁ ରାଜ୍ୟ ସୋସିଆଲ ମିଡ଼ିଆ ର ସମ୍ପାଦକ ରୂପେ ନିଯୁକ୍ତ ମିଳିଛି। ଯୁବ ନେତୃତ୍ୱ ଶ୍ରୀ ଅଭିଷେକ ମହନନ୍ଦଙ୍କ ଅଧକ୍ଷତାରେ ଏହି ପ୍ରସ୍ତୁତି ତାଲିକାରେ ୧୨ ଜଣ ସାଧାରଣ ସମ୍ପାଦକ ଏବଂ ୨୦ଜଣ ସମ୍ପାଦକ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା କଂଗ୍ରେସ ର ସୋସିଆଲ ମିଡ଼ିଆ ସଂଯୋଜକ ରୂପେ ଦାୟିତ୍ୱ ତୁଲାଉଥିଲେ,ଏବଂ ସେ ବର୍ତ୍ତମାନ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅଛନ୍ତି। ଜିଲ୍ଲା ଯୁବ କଂଗ୍ରେସର ସଭାପତି ଶ୍ରୀ ଚିନ୍ମୟ କୁମାର ହୋର୍ତା ଉଦିୟମାନ ବ୍ୟକ୍ତିତ୍ୱ ହିସାବରେ ଛାତ୍ର କଂଗ୍ରେସରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। କଂଗ୍ରେସର ରାଜ୍ୟ ସ୍ତରୀୟ କମିଟିରେ ଶ୍ରୀ ହୋର୍ତାଙ୍କ ନିଯୁକ୍ତିକୁ ଜିଲ୍ଲା କଂଗ୍ରେସ ନେତୃବର୍ଗ ସ୍ୱାଗତ କରିଥିବା ବେଳେ ଜିଲ୍ଲା ଯୁବ କଂଗ୍ରେସରେ ହଲଚଲ ଦେଖାଦେଇଛି। ଏହି ଅବସରରେ ସେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ଜାତୀୟ ସଭାନେତ୍ରୀ ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ, ସୋସିୟାଲ ମିଡ଼ିଆ ରାଜ୍ୟ ସଂଯୋଜକ ଅଭିଷେକ ମହାନନ୍ଦ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରିପୋର୍ଟ: ପ୍ରଫୁଲ୍ଲ ସାବତ।