
ବାଲିଗୁଡା-୦୧/୦୭{ଜିଲ୍ଲା ଖବର} ବିନା ଭକ୍ତରେ ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ ବାହୁଡା ଯାତ୍ରା ମନ୍ଦିର ପରିବେଶ ମଧ୍ୟରେ ସୀମିତ ଥିଲା। ଏଥିରେ ମନ୍ଦିରର ପୂଜାରି ବାବୁଲା ପଣ୍ଡା,ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ମଧୁସୁଦନ ଦାଶ,ମନ୍ଦିର ଅନୁଷ୍ଠାନ ର କର୍ମକର୍ତ୍ତା, ସେବାୟତ,NAC ଅଧ୍ୟକ୍ଷ ଲୋକନାଥ ପାଢ଼ୀ,କୀର୍ତ୍ତନ ମଣ୍ଡଳୀ ଓ ପୋଲିସ କର୍ମଚାରୀ,ସହକାରୀ ଜିଲ୍ଲାପାଳ ହଳଧର ନାୟକ,ହରିଶ୍ଚନ୍ଦ୍ର ପ୍ରଧାନ,ପ୍ରଭୃତି ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ସହ ଯୋଗ ରେ ଦେବନୀତି ଓ ଛେରା ପହରା ନୀତି କାନ୍ତି କରାଯାଇ ମନ୍ଦିରର ଚାରି କାନ୍ଥ ଭିତରେ ସୀମିତ ଥିଲା। ଜଗନ୍ନାଥ ମନ୍ଦିର ଭିତରେ ଅସ୍ଥାୟୀ ମାଉସୀ ମା ମନ୍ଦିର ଭିତରେ ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ରଖାଯାଇଥିଲା। ଓ ଆଜି ଅସ୍ଥାୟୀ ଆଡପ ଘରକୁ ବିଜେ କରିଛନ୍ତି। ସମସ୍ତ ସେବାୟତ ଓ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାକ୍ସ ପିନ୍ଧି ସାମାଜିକ ଦୂରତା ବଜାୟ ରଖିଥିବାର ଦେଖିବାକୁ ମିଳିଥିଲା। କରୋନା ମୁକାବିଲା ପାଁଇ ସମସ୍ତେ ସରକାରଙ୍କ ଗାଇଡ଼ ଲାଇନ ମାନିଚଳି ଥିଲେ ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



