
ଆସିକା-୦୧/୦୭:(ଜିଲ୍ଲା ଖବର)ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ପ୍ରାଣୀ ବିଭାଗ ର ମୁଖ୍ୟ ଡ଼ଃ ଜୀବାନନ୍ଦ ତ୍ରିପାଠୀ ଦାୟିତ୍ୱ ବିଦାୟୀ ଅଧ୍ୟକ୍ଷ ଡ଼ଃ ତାରାପ୍ରସାଦ ଦାସ ଙ୍କ ଠାରୁ ଗ୍ରହଣ କରିଛନ୍ତି। ଡ଼ଃ ଦାସ ଗତ ପ୍ରଥମ ଅଗଷ୍ଟ ୨୦୧୯ ଠାରୁ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଶ୍ରୀ ଦାସ ଇଂରାଜି ବିଭାଗ ର ମୁଖ୍ୟ ଥିଲେ। ଆଜି ଏହି ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ତଥା ଇତିହାସ ବିଭାଗ ର ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ପାଢ଼ୀ ମଧ୍ୟ ଅବସର ଗ୍ରହଣ କରିଛନ୍ତି। ନୂତନ ପ୍ରଶାସନିକ ଅଧିକାରୀ ଭାବେ ବାଣିଜ୍ୟ ବିଭାଗ ର ମୁଖ୍ୟ ପ୍ରଫେସର କେଦାର ନାଥ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସମୟରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ତଥା ଡ଼ଃ ସ୍ମିତାରାଣୀ ପଣ୍ଡା,ଡ଼ଃ ନନ୍ଦିତା ଦାସ,ବନଶ୍ରୀ ମହାନ୍ତି,ସାଇଲ ଝା,ସସ୍ମିତା ପାତ୍ର, ଡ଼ଃ ଶଙ୍କର ପ୍ରସାଦ ଅଧିକାରୀ,ରମେଶ ଚନ୍ଦ୍ର ଯାନୀ,ଡ଼ଃ ଅଭୟ କେଶରୀ ପଟ୍ଟନାୟକ,ସରୋଜ କୁମାର ପଣ୍ଡା, ରାଜେଶ କୁମାର ସାହୁ,ସନ୍ତୋଷ କୁମାର ପ୍ରଧାନ,ସୁଧୀର କୁମାର ସାହୁ, ଦେବବ୍ରତ ସାହୁ,ପ୍ରଦୀପ କୁମାର ଶବର,ଲକ୍ଷ୍ମୀ କାନ୍ତ ଷଢଙ୍ଗି,ସାରଥୀ ଗମାଙ୍ଗ,କୈଳାସ ଚନ୍ଦ୍ର ମୁନୀ,ବିଜୟ କୁମାର ନାୟକ,ଜିତେନ୍ଦ୍ର କୁମାର ସାହୁ,ଗଣେଶ ବାହାଦୂର ଗୁରୁମ ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉଭୟଙ୍କୁ ଅଶ୍ରୁଳ ବିଦାୟ ଦେବା ସହ ନୂତନ ଅଧ୍ୟକ୍ଷ ଓ ପ୍ରଶାସନିକ ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ରିପୋର୍ଟ ଜ୍ୟୋତିର୍ମୟୀ ପାତ୍ର


