Saturday, November 14, 2026
Home ଆଞ୍ଚଳିକ ସୁରଥ ଫେରନ୍ତା ଗରିବ ଶ୍ରମିକଙ୍କ ହୃଦଘାତ ରେ ମୃତ୍ୟୁ:ସରକାରୀ ସହାୟତା ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ...

ସୁରଥ ଫେରନ୍ତା ଗରିବ ଶ୍ରମିକଙ୍କ ହୃଦଘାତ ରେ ମୃତ୍ୟୁ:ସରକାରୀ ସହାୟତା ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ନିବେଦନ।

126


ଜଗନ୍ନାଥ ପ୍ରସାଦ-୦୧/୦୭:(ଜିଲ୍ଲା ଖବର)ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ତାରସିଂ ଗ୍ରାମ ପଞ୍ଚାୟତର ବାରଦଣ୍ଡା ଗ୍ରାମର ସିସୁନାଥ ପ୍ରଧାନଙ୍କ ହଟାତ ହୃଦଘାତ ରେ ମୃତ୍ୟୁ ବରଣ ହୋଇଛି।ସେ ସୁରତ ରେ ଶ୍ରମିକ କାମ କରୁଥିଲେ,ଓ କିଛି ଦିନ ହେଲା ଗ୍ରାମକୁ ଫେରିଥିଲେ। ଜଣେ ଅସହାୟ ପରିବାରରେ ସତେ ଯେମିତି ଦୁଃଖର ପାହାଡ଼ ଛିଡି ପଡିଛି। ଅସହାୟ ପରିବାରର ଦୁଃଖ କହିଲେ ନସରେ। ପରିବାର କହିଲେ ୪ଜଣ ସଦସ୍ୟ,ସେ ଭିତରେ ରହୁଥିଲେ ସ୍ଵାମୀ,ସ୍ତ୍ରୀ,ଦେଢ଼ ବର୍ଷ ର ପୁଅ ଓ ଛ ବର୍ଷର ଝିଅ। ଆଜକୁ ୭ଦିନ ହେଲା ସିସୁନାଥ ପ୍ରଧାନଙ୍କ ଅଚାନାକ ହୃଦଘାତରେ ମୃତ୍ୟ ହୋଇ ଗଲା,ନା ଅଛି ଖାଇବା ପାଇଁ ନା ଅଛି ଶୁଦ୍ଧି କ୍ରିୟା ପାଈଁ ଅର୍ଥ।ମୃତ୍ୟୁ ସିସୁନାଥ ହିଁ ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ଜମି ବାଡିରୁ ମଧ୍ୟ ଆଦାୟ ନାହିଁ। ତେବେ ଯଦି କେହି ସହୃଦୟ ବ୍ୟକ୍ତି କିଛି ସାହାଯ୍ୟ କିମ୍ବା ସହଯୋଗ କରନ୍ତେ,ତାହାହେଲେ ଏହି ଅସହାୟ ପରିବାର ର ଦୁଃଖ କିଛି ପରିମାଣରେ ଦୂରହୋଇ ପାରନ୍ତା।ମୃତ୍ୟୁ ସିସୁନାଥଙ୍କ ବିଧବା ପତ୍ନୀ ରଶ୍ମିତା ପ୍ରଧାନଙ୍କୁ ବଦାନ୍ୟ ବ୍ୟକ୍ତି ମାନେ ନିମ୍ନ ନମ୍ବରରେ ଯୋଗାଯୋଗ କରିବା ସହ ତଳ ଲିଖିତ ଆକାଉଣ୍ଟ ରେ ଆର୍ଥିକ ସାହାଯ୍ୟ କଲେ ଓ ସରକାରୀ ସାହାଯ୍ୟ ଯୋଗେଇ ଦେଲେ,ଗରିବ ପରିବାରର ବହୁ ଉପକାରରେ ଆସିବ ବୋଲି ପରିବାର ତରଫରୁ ନିବେଦନ କରିଛନ୍ତି।
ମୋ-9510907504/8658744534
A/C-35883113656
Ifsc code -SBIN0000038

ରିପୋର୍ଟ-ନିରାକାର ସାହୁ