
ବାଲିଗୁଡା-୩୦/୦୬{ଜିଲ୍ଲା ଖବର} କନ୍ଧମାଳ ବନ୍ଧଗଡ ଠାରେ ଫ୍ରେଣ୍ଡସ୍ କ୍ଲବ ତରଫରୁ ରକ୍ତଦାନ ଶିବିର।
ଆଜି ବନ୍ଧଗଡରେ ଫ୍ରେଣ୍ଡସ କ୍ଲବ୍ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଫିରିଙ୍ଗିଆ ବିଡ଼ିଓ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ମହନ୍ତ ଓ ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲାଲ୍ ନନ୍ଦା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରରେ ଡ଼ାଃ ଜୟଦୀପ୍ ଘୋଷଙ୍କ ନେତୃତ୍ୱରେ ଟେକ୍ନିସିଆନ ସୁଜିତ କୁମାର ସାହୁ, ତୁଷାର କାନ୍ତ ପ୍ରଧାନ,ଦୀନକୃଷ୍ଣ ମହନ୍ତ,ବରୁଣ ବେହେରା ପ୍ରଭୃତି ମିଶି ରକ୍ତ ସଂଗ୍ରହ କରିଥିଲେ। ଏହି ଫ୍ରେଣ୍ଡସ୍ କ୍ଲବ ତରଫରୁ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ୧୧ ଜଣ ଝିଅ ରକ୍ତ ଦାନ କରିଥିଲେ। ମୋଟିଭେଟର ସୁକାନ୍ତ କୁମାର ବେହେରା ରକ୍ତଦାନ ସମ୍ବନ୍ଧୀୟ ବିଷୟରେ ରକ୍ତଦାତାଙ୍କୁ ବୁଝାଇ ରକ୍ତ ଦେବାକୁ ଉତ୍ସାହିତ କରିଥିଲେ। ଏହି ଶିବିରକୁ ସିମାଞ୍ଚଳ ମୁଖୀଙ୍କ ନେତୃତ୍ବରେ ସର୍ବେସ୍ବର ସାହୁ,ଅଭୟ କୁମାର ବାରିକ,ପ୍ରଦୀପ କୁମାର ସାହୁ,ଉମା ଚରଣ ପାଣିଗ୍ରାହୀ,ଶରତ କୁମାର ମୁଖି, ତପନ କୁମାର ପୃଷ୍ଟି,ଅଜୟ ରାଉତରାୟ,ନୀଳମଣି ସାହୁ,ଶୈଳଜ ନାୟକ,ସୁବାସ ମଲ୍ଲିକ,ପ୍ରଭୃତି ଏହି ଶିବିରକୁ କାର୍ଯ୍ୟକାରୀ କରିବାରେ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



