Thursday, November 12, 2026
Home ଆଞ୍ଚଳିକ କଣ୍ଟେଣ୍ଟମେଣ୍ଟ ଜୋନରେ ଗୁଣ୍ଠପଡା ଗ୍ରାମପଞ୍ଚାୟତ,ବଫେର୍ ଜୋନରେ ରାଈପଲ୍ଲୀ, ସୁମନ୍ତପଲ୍ଲୀ, ଖଣ୍ଡବନ୍ଧ ଗ୍ରାମ

କଣ୍ଟେଣ୍ଟମେଣ୍ଟ ଜୋନରେ ଗୁଣ୍ଠପଡା ଗ୍ରାମପଞ୍ଚାୟତ,ବଫେର୍ ଜୋନରେ ରାଈପଲ୍ଲୀ, ସୁମନ୍ତପଲ୍ଲୀ, ଖଣ୍ଡବନ୍ଧ ଗ୍ରାମ

496

ଆସିକା,୨୯/୦୬(ଜିଲ୍ଲା ଖବର) : ବ୍ଳକ ଗୁଣ୍ଠପଡା ଗ୍ରାମରେ କରୋନା ସଂକ୍ରମଣ ବଢିବାରେ ଲାଗିଛି, ଫଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ଏକପ୍ରକାର ଅଚଳ ହୋଇପଡିଛି ପଞ୍ଚାୟତର ସମସ୍ତ ଜୀବନ ଜୀବିକା। ତଥାପି କିଛି ଲୋକ ମାନଙ୍କ ମଧ୍ୟରେ ସଚେତନତା ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ସରପଞ୍ଚଙ୍କ ଅନୁରୋଧ କ୍ରମେ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଯାଇ ଲୋକ ମାନଙ୍କୁ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଆସନ୍ତା କାଲି ଠାରୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି ଏବଂ ରାଈପଲ୍ଲୀ, ସୁମନ୍ତପଲ୍ଲୀ ଓ ଖଣ୍ଡବନ୍ଧ ଗ୍ରାମକୁ ବଫେର୍ ଜୋନ୍ ଘୋଷଣା କରାଯାଇଥିବା ଜଣାପଡିଛି।ଆଜି ସନ୍ଧ୍ୟାରେ ପଞ୍ଚାୟତ ପରିଭ୍ରମଣ କରି ପୋଖରୀରେ ଗାଧୋଇବା ଠାରୁ ଆରମ୍ଭ କରି ବାହାରେ ବୁଲିବା ନିମନ୍ତେ ବାରଣ କଲେ ତହସିଲଦାର ଓ ସରପଞ୍ଚ। ଧିରେ ଧିରେ ଗୁଣ୍ଠପଡା ଗ୍ରାମରେ କରୋନାର ସ୍ଥିତି ସଂଗୀନ୍ ହେଉଥିବା ବେଳେ ଏହାର ଶୃଙ୍ଖଳ ଭାଙ୍ଗିବା ପାଇଁ ଗ୍ରାମପଞ୍ଚାୟତକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି ବୋଲି ସରପଞ୍ଚ ମୋଚିଆଣି ବେହେରା କହିଛନ୍ତି।
ରିପୋର୍ଟ ରତ୍ନାକର ଶିଅ ।