ଆଠଗଡ଼ ଡିଏସପିଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀଙ୍କୁ କରୋନା

157

ଆଠଗଡ଼,୨୯-୦୬{ଜ଼ିଲ୍ଲା ଖବର}: କଟକ ଜିଲ୍ଲାର ବଡ଼ମ୍ବା ଥାନା ଆଇଆଇସି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହି ଅଂଚଳରୁ ଆଜି ପୁଣି ୬ ଜଣ ପୁଲିସ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଆଠଗଡ଼ର ଡିଏସପି ରହିଥିବା ଆଠଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ.ବିଜୟ କୁମାର ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆ ଚିହ୍ନଟ ୬ ଜଣ ପୁଲିସ କର୍ମଚାରୀଙ୍କ ସମେତ ମୋଟ ୭ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇସାରିଛନ୍ତି। ବଡମ୍ବା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବଡମ୍ବାସ୍ଥିତ ମୋହନ ସୁବୁଦ୍ଧି ବିଦ୍ୟାପୀଠରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୫୦ ଜଣ ବ୍ୟକ୍ତିଙ୍କର ସ୍ୱାବ ନମୁନା ଗତକାଲି ସଂଗ୍ରହ ହୋଇଥିଲା। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ମୋଟ ୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସଡିଏମଓ ଡ. ବିଜୟ କୁମାର ମିଶ୍ରଙ୍କ ସୂଚନା ଅନୁସାରେ ବଡ଼ମ୍ବା ଥାନାର ଜଣେ ଏଆଇସି, ୪ ଜଣ କର୍ମଚାରୀ ଓ ଆଠଗଡ଼ ଡିଏସପି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ କରୋନା ଭାଇରସ ଗଂଜାମରେ ସର୍ବାଧିକ ୧୩୬୭ ଓ ଖୋର୍ଦ୍ଧା ଜିଲ୍ଲାରେ ୮୧୪ ପରେ କଟକ ଜିଲ୍ଲାରେ (୫୭୭ ଜଣ ଆକ୍ରାନ୍ତ) ତୃତୀୟ ସର୍ବାଧିକ ବ୍ୟାପିଛି। ଆଠଗଡ଼ ଉପଖଣ୍ଡରେ ଏଯାଏଁ ମୋଟ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଆଠଗଡ଼ ବ୍ଲକରୁ ୧୬ ଜଣ, ତିଗିରିଆରୁ ୩୧ ଜଣ, ନରସିଂହପୁରରୁ ୭୨ ଜଣ ଓ ବଡ଼ମ୍ବାରୁ ୧୨ ଜଣ ଅଛନ୍ତି।

ରିପୋର୍ଟ ଯଶୋବନ୍ତ ବେହେରା