Tuesday, October 13, 2026
Home ଜିଲ୍ଲା କନ୍ଧମାଳ ସବାରକିଆ ଗାଁରେ ଲୋକେ ପିଉଛନ୍ତି ଚୁଆର ଦୁଷିତ ପାଣି

ସବାରକିଆ ଗାଁରେ ଲୋକେ ପିଉଛନ୍ତି ଚୁଆର ଦୁଷିତ ପାଣି

31

ବାଲିଗୁଡା,୨୯-୦୬-୨୦{ଜ଼ିଲ୍ଲା ଖବର}: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମ ପଞ୍ଚାୟତର ସବାରକିଆ ଗାଁ ରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି | ସେଠାକାର ଲୋକେ ପିଉଛନ୍ତି ଚୁଆ ର ଦୁଷିତ ପାଣି | ହେଲେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ଟୋପେ ପାଣି ପାଇଁ ଛଟପଟ ହୋଇ ଦୂର ଦୁରାନ୍ତକୁ ଯାଇ ଅଞ୍ଚଳବାସୀ ପାଣି ଆଣୁଛନ୍ତି । ଗ୍ରାମବାସୀଙ୍କ ଏଭଳି ଅବସ୍ଥା କହିଲେ ନ ସରେ ଗୁହାରି କରି ବର୍ଷ ବର୍ଷ ବିତିଯାଇ ଥିଲେ ମଧ୍ୟ ସମସ୍ୟା ସୁଧୁରୁନି ଏହି ଗ୍ରାମବାସୀଙ୍କର ଅବସ୍ଥା| କଥାରେ ଅଛି ଜଳ ହିଁ ଜୀବନ। ସବାରକିଆ ଗାଁ ରେ ରହନ୍ତି ୧୦ ଗୋଟି ପରିବାର। ବର୍ଷା ଦିନରେ ମଧ୍ୟ ଗ୍ରାମବାସି ଦୁଷିତ ଚୁଆ ପାଣି ଭରଷାରେ ରହୁଛନ୍ତି । ଖରା ହେଉ ବା ବର୍ଷା ସବୁବେଳେ ସ୍ଥିତ ସମାନ । ଟୋପେ ପାଣି ପାଇଁ ଡହକ ବିକଳ ହେଉଛନ୍ତି ହେଲେ ପିଛା ଛାଡୁନି ଜଳ କଷ୍ଟ । ବିଲ ମଝିରେ ଥିବା ଏକମାତ୍ର ଚୁଆ ହିଁ ଏମାନଙ୍କ ସାହା ଭରଷା । ଖରାଦିନେ ଚୁଆର ପାଣି ଶୁଖି ଯାଉଥିବାବେଳେ ବର୍ଷାଦିନେ ବିଲ ପାଣିରେ ଭରିଯାଉଛି ଚୁଆ । ଦୁଷିତ ପାଣି ପିଇ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହେଉଛନ୍ତି ଅଞ୍ଚଳବାସୀ ।

ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡ଼ୁ ନାହିଁ ଏହି ଗାଁ ପ୍ରତି ଏଠାରେ ଗୋଟିଏ କୂଅ କିମ୍ବା ନଳକୂଅ ବ୍ୟବସ୍ଥା ନାହିଁ । ସେପଟେ ଖରାଦିନେ ଚୁଆ ଶୁଖିଯିବା ଯୋଗୁଁ ଦୁର ଦୁରାନ୍ତରୁ ଜଳ ସଂଗ୍ରହ କରିବାକୁ ପଡ଼େ ଗାଁ ଲୋକଙ୍କୁ | ପୁଣି ବର୍ଷାଦିନେ ଦୁଷିତ ଚୁଆ ପାଣିକୁ ବ୍ୟବହାର କରିବାକୁ ପଡ଼େ ଏମାନଙ୍କୁ । ଅଞ୍ଚଳବାସୀ ମାନେ ଯଥାଶୀଘ୍ର କୁଅ କିମ୍ବା ନଳକୁପର ବ୍ୟବସ୍ଥା କରାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ସେପଟେ ଗତବର୍ଷ ବାଟାଗୁଡା ଗ୍ରାମ ପଞ୍ଚାୟତ ପକ୍ଷରୁ ସବାରକିଆ ଗାଁ ପାଇଁ କୁଅ ମଞ୍ଜୁରୀ ହୋଇଥିଲା । ହେଲେ ଗାଁ ଲୋକେ କୁଅ ଖୋଳିଲେନି । ଫଣ୍ଡ୍ ଆସିଲେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଟାଗୁଡ଼ା ସରପଞ୍ଚ ମେନକା ମଲ୍ଲିକ | ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କଲେ ଗ୍ରାମବାସୀ ଜଳକଷ୍ଟ ସମସ୍ୟା ରୁ ମୁକ୍ତ ହୋଇପାରିବେ ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପା
ଠୀ