Home ଆଞ୍ଚଳିକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗ : ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗ : ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

50

ନୂଆପଡା,୨୯/୬(ଜିଲ୍ଲା ଖବର) : ଗତ ୨୦ ଦିନ ମଧ୍ୟରେ ୧୨ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ନେଇ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରରେ ୟୁପିଏ ସରକାର ଥିବା ସମୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶର ସାଧାରଣ ଜନତାଙ୍କ ପାଇଁ ସୁମୂଲ୍ୟରେ ଯୋଗାଇ ଦେଉଥିଲା ବୋଲି କଂଗ୍ରେସ କହିଥିବା ବେଳେ ବର୍ତମାନ ସମଗ୍ର ବିଶ୍ୱ ମହାମାରୀ କରୋନାର ମୁକାବିଲା କରୁଥିବା ସମୟରେ ବିଜେପି ସରକାର ଜନସାଧାରଣଙ୍କୁ ପ୍ରେଟ୍ରୋଲ ଓ ଡିଜେଲକୁ ଚଢ଼ା ଦର ରେ ବିକ୍ରି କରି ବ୍ୟବସାୟୀ ପାଲଟିଛି । ଏ ନେଇ ନୂଆପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବୀ ପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲପାଳଙ୍କୁ ପ୍ରଦାନ କରା ଯାଇଛି ।ଜିଲ୍ଲା ପ୍ରଶାସନ ତରଫରୁ ଏ.ଡି.ଏମ. ଦୁର୍ଗା ମାଧବ ପାଣିଗ୍ରାହୀ ଏହି ଦାବିପତ୍ରକୁ ଗ୍ରହଣ କରିଛନ୍ତି ।
ତେବେ ଆଗାମୀ ଦିନ ମାନଙ୍କରେ ଯଦି ପେଟ୍ରୋଲ ଓ ଡିଜେଲର ଦର ନ କମିବ ତେବେ କଂଗ୍ରେସ ରାଜ ରାସ୍ତା କୁ ଓହ୍ଲେଇ ଆନ୍ଦୋଳନକୁ ତୀବ୍ର କରିବ ବୋଲି ସୂଚନା ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଖରିଆରର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପିସିସି ସଦସ୍ୟ ହାଲ୍ଲା ସିଂ, ଭାରତ ରାଉତ, ଦେବଦତ୍ତ ଦୀକ୍ଷିତ, ବିରଞ୍ଚି ବାଗ, ଜୁନେଦ ମହମ୍ମଦ, ମୋତି ରାବଲ, ସତପାଲ ସିଂ ଛାବଡା, ଖଗେଶ୍ୱର ସାହ, ବିଭୁଦତ୍ତ ଯୋଶୀ, ସଞ୍ଜୟ ନାୟକ, ସୁବାଷ ବେହେରା, ପବନ ତ୍ରିବେଦୀ, ସୌରଭ ଚନ୍ଦ୍ରକାର, ଶାହରୁଖ ଖାନ, ଜଗଦୀଶ ସାହୁ, ହରି ମାଝୀ, ତୀରଥ ମାଝୀ, ମୁନ୍ନା ଦେବାଙ୍ଗନ, ଗଣ୍ଡା ରାମ ମାଝୀ, ଭୁନେଶ୍ୱର ରଣା ପ୍ରମୁଖଙ୍କ ସହ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ ନିରାକାର ମେହେର ।