Saturday, November 14, 2026
Home ଆଞ୍ଚଳିକ ଡାକ୍ତରୀ ମେସିନ୍ ଅଚଳ।

ଡାକ୍ତରୀ ମେସିନ୍ ଅଚଳ।

74

ହିଞ୍ଜିଳିକାଟୁ,୨୯/୦୬(ଜିଲ୍ଲା ଖବର): ଆଜିର ଦିନରେ ମଣିଷର ବଡ଼ ଶତ୍ରୁ ରୋଗ।ଆଉ ଜଣେ ବ୍ୟକ୍ତି ରୋଗଗ୍ରସ୍ତ ପରେ ତାର ବଡ ମିତ୍ର ହୋଇଥାଏ ଡାକ୍ତର ଓ ଡାକ୍ତରୀ ଉପକରଣ। ରକ୍ତ ପରୀକ୍ଷା ପାଇଁ ମେସିନ୍ ଅଛି ସତ କିନ୍ତୁ ପରୀକ୍ଷା ହେଉନାହିଁ।ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଅଚଳ ହୋଇପଡିଛି ସିବିସି ଟେଷ୍ଟିଂ ମେସିନ୍।ଏହା ପ୍ରତି କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ମଧ୍ୟ ନଜର ପଡୁନାହିଁ। ଯାହା ଫଳ ରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଉପଖଣ୍ଡ ଚିକିତ୍ସାଳୟକୁ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ବ୍ଲକ ସମେତ ଶେରଗଡ଼ ବ୍ଲକର ଅନେକ ଗ୍ରାମର ଅଧିବାସୀ ଏହା ଉପରେ ନିର୍ଭର କରନ୍ତି। ଆଜି କି ପ୍ରାୟ ୬ ମାସ ରୁ ଉର୍ଦ୍ଧ୍ୱ ସମୟ ଧରି ରକ୍ଷଣା ବେକ୍ଷଣ ଅଭାବରୁ ଏହି ମେସିନ୍ ଅଚଳ ହୋଇପଡ଼ିଛି।ରୋଗୀଙ୍କ ରକ୍ତ ପରୀକ୍ଷା ରେ ଏହି ମେସିନ୍ ଅନେକ ଗୁରୁତ୍ଵ ବହନ କରୁଛି।ରକ୍ତର ହେମଗ୍ଲୋବିନ୍ ଠାରୁ ଆରମ୍ଭ କରି ଲୋହିତ କଣିକା,ପ୍ଲେଟ୍ ଲେଟ୍ ଆଦି ପରୀକ୍ଷା ହୋଇଥାଏ।ମେସିନ୍ ରେ ସାମାନ୍ୟ କେମିକାଲ ଅଭାବ ରୁ ଏହା ଏବେ ଗୋଟେ କଣ ରେ ପଡି ଖତ ହେବା କୁ ଲାଗିଲାଣି।”ସରକାର କା ମାଲ୍ ଦରିଆ ମେ ଡାଲ୍” ନୀତି ରେ ଚାଲିଛି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିଭୂମି। କରୋନା ମହାମାରୀ ପାଇଁ ସବୁଠି କଟକଣା ଜାରୀ ରହିଛି। ଯାହା ଫଳରେ ପଦା ରେ ପଡିଛି ଉପଖଣ୍ଡ ଚିକିତ୍ସାଳୟର ଅବ୍ୟବସ୍ଥା। ରୋଗୀ କୌଣସି ଉପାୟ ନପାଇ ହିଞ୍ଜିଳିକାଟୁ ଠାରୁ ୨୨କିମି ଦୂର ବ୍ରହ୍ମପୁର ରେ ଅବସ୍ଥିତ ଥିବା ବେସରକାରୀ ପାର୍ଥଲୋଜୀ ଉପରେ ଭରସା କରୁଥିଲେ।କିନ୍ତୁ ବର୍ତ୍ତମାନ ସବୁଠି କରୋନା ପାଇଁ ଲକ୍ ଡାଉନ୍, ସଟ୍ ଡାଉନ୍ କଟକଣା ହେତୁ ରୋଗୀ ବାହାରେ ଟଙ୍କା ଦେଇ ପରୀକ୍ଷା କରିବା କୁ କହିଲେ ମଧ୍ୟ କେହି ପରୀକ୍ଷା କରିବା ପାଇଁ ମଙ୍ଗୁ ନଥିବା ଜଣାପଡ଼ିଛି।ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକ ଏହି ପରୀକ୍ଷା କରିବା ପାଇଁ ବେସରକରୀ ପାର୍ଥିଲୋଜୀ ରେ ୪୦୦ ଟଙ୍କାରୁ ୫୦୦ ଖର୍ଚ୍ଚ କରି ଦୁଃଖ ଯନ୍ତ୍ରଣାକୁ ନିଜେ ଚାପି ରଖିଥିବା କହିଛନ୍ତି। ଏସମ୍ପର୍କରେ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକାରୀ ଯୋଗାଯୋଗ କରିବା ରୁ ମେସିନ୍ ରେ କେମିକାଲ ସରିଯାଇଥିବା ହେତୁ ମେସିନ୍ ବନ୍ଦ ହୋଇଛି ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି।

ରିପୋର୍ଟ ରଜନୀକାନ୍ତ ପାତ୍ର