ଜନସମ୍ୱାଦ ରାଲି।

44

କଟକ,୨୮/୦୬:(ଜିଲ୍ଲା ଖବର) ଆଠଗଡ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥି ବ୍ରଜେନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ରେ ଆଜି ନିର୍ବାଚନମଣ୍ଡଳୀ ସ୍ତରୀୟ ଜନ ସମ୍ବାଦ ରାଲି ଅନୁଷ୍ଠିତ ହୋଇଯାଇଛି।ଦଳର ସାଙ୍ଗଠନିକ କାର୍ଯ୍ୟ ଦକ୍ଷତା ସହ ପ୍ରଧାନ ମନ୍ତ୍ରୀ ଦ୍ଵିତୀୟ ଇନ୍ସିର ପ୍ରଥମ ବର୍ଷର କାର୍ଯ୍ୟ ସମୀକ୍ଷା କରାଯାଇଥିଲା।କେନ୍ଦ୍ରର ସମସ୍ତ ଅନୁଦାନକୁ ରାଜ୍ୟ ସରକାର ନିଜ ନାମରେ କରାଇ ନିଜ ନାମରେ ଡିଣ୍ଡିମ୍ବ ପିଟୁଥିବାରୁ ବର୍ତ୍ତମାନର ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ସମ୍ୟକ୍ ଭାବରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ଭିତରେ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ଦିଲ୍ଲୀ ବିଜେପିର ସଭାପତି ପ୍ରକାଶ ବେହେରା ଯୋଗ ଦେଇ ଦଳ ଆଗାମୀ ଦିନରୁ କିଭଳି ଭାବରେ ମଜବୁତ୍ ଆଠଗଡ଼ରେ ବିଜେପି ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିମନ୍ତ୍ରଣ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ଦିଲ୍ଲୀପ କୁମାର ମଲ୍ଲିକ ଯୋଗଦେଇ ସ୍ଥାନୀୟ ନେତୃତ୍ୱ ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ବକୁ ଶକ୍ତିଶାଳୀ କରି ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ବଜେନ୍ଦ୍ରଙ୍କ ହାତ ମୁଠାକୁ ଟାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକ ସଭା ପ୍ରାର୍ଥୀ ପ୍ରକାଶ ମିଶ୍ର କଟକ ଜିଲ୍ଲା ଓ ଆଠଗଡ ପୋଲିସ ଉପରେ ଆଲୋକପାତ କରିଥିଲେ। ପୋଲିସ୍ ର ପାରିବା ପଣିଆକୁ ନେଇ କଟକ ଜିଲ୍ଲାରେ ଜଣେ ଆ ଇ ପି ଏ ସ ଅଫିସରଙ୍କୁ SP ଭାବରେ ନିଯୁକ୍ତିକୁ ସ୍ବାଗତ କରିଥିଲେ। ବ୍ରଜେନ୍ଦ୍ର ରାୟ ତଥା ଆଠଗଡ ନିର୍ବାଚନ ମଣ୍ଡଳୀର ଯେ କୌଣସି ବ୍ୟକ୍ତି ଚାହିଁଲେ ମୋତେ ଯୋଗାଯୋଗ କରିବେ ବୋଲି ପ୍ରକାଶ କରିଥିଲେ। ପ୍ରକାଶ ମିଶ୍ର ମହୋଦୟ,ସ୍ଥାନୀୟ ସମସ୍ୟାକୁ ଗୁରୁତ୍ବ ଦେଇ ଦଳ ଆଗାମୀ ଦିନରେ ଲୋକମାନଙ୍କ ନିକଟରେ ପହଞ୍ଚିବ ବୋଲି ନେତୃତ୍ୱ ମାନେ ନିଜ ନିଜର ମନ୍ତବ୍ୟ ରଖିଥିଲେ।

ରିପୋର୍ଟ ଯଶୋବନ୍ତ ବେହେରା