
ଆସିକା,(ଜିଲ୍ଲା ଖବର): ଆସିକା ବ୍ଲକରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ବଡ଼ଖୋଲି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଭାଗ୍ୟଲତା ବିଷୋୟୀଙ୍କ ନେତୃତ୍ୱରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ମାଧୁରୀ ବିଷୋୟୀ, ସଞ୍ଜୁକ୍ତା ବେହେରା ,ନମିତା ଜେନା ,ଅଙ୍ଗନୱାଡି କର୍ମୀ କେ ଅନୂସୟା ରେଡ୍ଡୀ, ରଶ୍ମିତା ପାଣିଗ୍ରାହୀ, ଅନୁପମା ପଟ୍ଟନାୟକ,ଟି ଏମ୍ ସି ରେ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମେତ ସ୍ୱାସ୍ଥ୍ୟକର୍ମୀ ଓ ନୋଡାଲ ଅଫିସର ସୁଭେନ୍ଦୁ ଶେଖର ଜେନାଙ୍କ ମିଳିତ ସହଯୋଗରେ ବଡଖୋଲିର ସମସ୍ତ ୱାର୍ଡରେ ଘର ଘର ବୁଲି ପରିବାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ତୃତୀୟ ଥର ପାଇଁ ପଞ୍ଚାୟତରେ ସମସ୍ତ ଲୋକମାନଙ୍କର ଥର୍ମାଲ ସ୍କାନିଂ କରା ଯାଇଥିଲା l ପଞ୍ଚାୟତର ସମସ୍ତ ଲୋକକୁ ମାସ୍କ ପରିଧାନ କରିବା , ସାବୁନରେ ହାତ ଧୋଇବା ସହ ଆବଶ୍ୟକ ନପଡିଲେ ଘରୁ ନବାହାରିବା ପାଇଁ ବଡ଼ଖୋଲି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଭାଗ୍ୟଲତା ବିଷୋୟୀ ପରାମର୍ଶ ଦେଇଥିଲେ l



