
ପାରଳାଖେମୁଣ୍ଡି, (ପ୍ରଭତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳ କାର୍ଯ୍ୟାଳୟ ପରିସର ରେ ଗୁମା ବ୍ଲକ ଗାଇବା ପଂଚାୟତ ର ସ୍ଵୟଂ ସହାୟିକା ଗୋଷ୍ଟି ର ସଭା ନେତ୍ରୀ ସମ୍ପାଦିକା ପରିବର୍ତ୍ତନ କରିବା ପାଇଁ ସଭ୍ୟା ମାନେ ଦାବି କରିଛନ୍ତି । ଶତାଧିକ ସ୍ଵୟଂ ସହାୟିକା ଗୋଷ୍ଟି ର ସଭ୍ୟା ମାନେ ଏକ ସ୍ମାରକ ପତ୍ର ଜିଲାପାଳ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେଵ ସିଂ ଙ୍କୁ ପ୍ରଦାନ କରିଛନ୍ତି । ତେବେ ଏହି ସ୍ଵୟ ସହାୟତା ଗୋଷ୍ଟିର ସଭ୍ୟା ମନଙ୍କର ଲିଖିତ ଅଭିଯୋଗ ଅନୁଯାୟୀ ଏହାର ସଭାନେତ୍ରୀ ସମ୍ପଦକା ଏବଂ ସମସ୍ତ କମିଟି ସଦସ୍ୟ ମାନେ ସଠିକ ଭାବେ ନିଜ ର ଦାୟିତ୍ୱ ତୁଲାଇନାହାନ୍ତି ସେହିପରି ଆର୍ଥିକ କାରବାର ସଠିକ ଭାବେ କରାଯାଉନାହିଁ। ମହାସଂଘ ର ବୈଠକ ସଠିକ ଭାବେ ହେଉନାହିଁ ମହାସଂଘ ଅଫିସରେ ସବୁବେଳେ ଚାବି ପଡ଼ିଅଛି ବ୍ଲକର ବିଭିନ୍ନ ଅଧିକାରୀ ମାନେ ଯାଞ୍ଚ ପାଇଁ ଆସିବା ବେଳେ ସେମାନଙ୍କୁ ନଆସିବା ପାଇଁ ପ୍ରବତା ଯାଉଛି।

ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ସ୍ଥିତ ଷ୍ଟେପସ ସ୍ବେଛାସେବୀ ଅନୁଷ୍ଠାନ ସହ ଏହି ସଭାନେତ୍ରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଭିତିରିଆ ବୁଝାମଣା କରି ବିଭିନ୍ନ ଅର୍ଥନୈତିକ କାରବାର କରୁଥିବା ମଧ୍ୟ ଅଭୁଜଗ ହୋଇଛି। ଏହି ସମସ୍ତ କାରଣ ଯଗୁ ଏହି ସ୍ଵୟଂ ସହାୟିକା ଗୋଷ୍ଟି ର ସଭ୍ୟା ମାନେ ଏକତ୍ରିତ ହୋଇ ମହାସଂଘ ର ସଭାନେତ୍ରୀ ସମ୍ପାଦିକା ଓ ଅନ୍ୟାନ୍ୟ କମିଟି ସଦସ୍ୟ କୁ ତୁରନ୍ତ ବହିଷ୍କାର କରିବା ଦାବି ଉପସ୍ଥାପନ କରିଛନ୍ତି ଏହି ସ୍ମାରକପତ୍ର ପ୍ରଦାନ ସମୟ ରେ ସ୍ଵୟଂ ସହାୟିକା ଗୋଷ୍ଟି ପକ୍ଷରୁ ମାମାଲି ପାଇକ ନିର୍ମଳା କୁମାରୀ ପାଇକ ମୋନରଞ୍ଜନ କୋରାଡ ରୁବି ବଡ଼ନାୟକ ସନ୍ତାସିନୀ କର କଳ୍ପନା ଗୁରୁଡ଼ ପ୍ରମୁଖ ସହ ଶତାଧିକ ସଭ୍ୟା ଉପସ୍ଥିତ ଥିଲେ



