Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଙ୍କ ବଦଳି ବାତିଲ ସମ୍ପର୍କିତ ପ୍ରକାଶିତ ଖବର...

ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଙ୍କ ବଦଳି ବାତିଲ ସମ୍ପର୍କିତ ପ୍ରକାଶିତ ଖବର କୁ ବି.ଜେ. ଡି ତରଫରୁ ଖଣ୍ଡନ

842

ଜଗନ୍ନାଥ ପ୍ରସାଦ,୨୮/୦୬ (ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପୋଲିସି ଥାନା ଅଧିକାରୀ ଙ୍କ ବଦଳି କୁ ବାତିଲ କରା ଯାଉ ବୋଲି ବିଭିନ୍ନ ଖବର କାଗଜ ରେ ପ୍ରକାଶିତ ଖବରକୁ ଜଗନ୍ନାଥ ପ୍ରସାଦ ବ୍ଲକ ବିଜୁ ଜନତା ଦଳ ତରଫରୁ ଖଣ୍ଡନ କରିଯିବା ସହ ସେମାନଙ୍କ ମତା ମତା ନ ନେଇ ଏପରି ମିଥ୍ୟା ଖବର ପ୍ରକାଶନ କରା ଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ରେ ପ୍ରତିକ୍ରିୟା ରଖିଛନ୍ତି।
କିଛିଦିନ ତଳେ ଖବର କାଗଜ “ପ୍ରକାଶିତ ଖବର “ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଙ୍କ ବଦଳି “ଶୀର୍ଷକ ଖବର ରେ ଥାନା ଅଧିକାରୀ ଙ୍କ ବଦଳି ବାତିଲ ପାଇଁ ବିଜେଡି ଦାବି କରିଛି ବୋଲି ପ୍ରକାଶିତ ହୋଇଥିବା ରୁ ଏହକୁ ଦଳ ତରଫରୁ ତୀବ୍ର ନିନ୍ଦା କରିବା ସହ ସେମାନଙ୍କ କୌଣସି ପ୍ରତିକ୍ରିୟା ନ ନେ’ଇ ଏପରି ଭୁଲ ଖବର ପ୍ରକାଶିତ ହୋଇଛି ବୋଲି ମତା ମତା ରଖିଛନ୍ତି।ବିଡିପୁର ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ ନିଜ ବୟାନ ରେ କହିଛନ୍ତି ଯେ-ଥାନା ଅଧିକାରୀ ଙ୍କ ବଦଳି ବାତିଲ କରା ଯାଉ ବୋଲି କୌଣସି ମତାମତା ଦେଉନାହୁଁ, ଥାନା ଅଧିକାରୀ ଙ୍କ ବଦଳି ବାତିଲ ପାଇଁ ଆମକୁ ବଳି ପକେଇଦିଆ ଯାଇଛି,କିଛି ନ୍ୟର୍ଥ ସ୍ଵାର୍ଥପର ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ ଆମକୁ ସେ ଭିତେର ଅନ୍ତଭୁକ୍ତ କରେଇଛନ୍ତି, ଆମ ଦଳ ରେ ଥିବା ଏକତା, ନୈତିକତା, କୁ ଜଳାଞ୍ଜଳି ଦେଇ ଥାନା ଅଧିକାରୀଙ୍କ ବଦଳି ଆମ୍ଭେ ଦାବି କରୁଛୁ ବୋଲି ଆମ ନାମ ପ୍ରକାଶ କରିଛନ୍ତି, ଯାହାକୁ ଆମେ ଦୃଢ ପ୍ରତିବାଦ କରୁଛୁ।ଆମେ ଥାନା ଅଧିକାରୀ ଙ୍କ ବଦଳି ବାତିଲ ସପକ୍ଷରେ ନାଂହୁ।ଏହା ସରକାରୀ କାର୍ଯ୍ୟକ୍ରମ, କେବଳ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ବଦଳି ହୋଇ ନାହାନ୍ତି ତାଙ୍କ ସହ ଏକାଧିକ ଥାନା ଅଧିକାରୀ ବଦଳି ହୋଇଛନ୍ତି, ଏହା ସରକାରୀ କାର୍ଯ୍ୟ, ଆମର କୌଣସି ମତା ମତ ନ ନେଇ ଖବର ପ୍ରକାଶନ ହୋଇ ଥିବାରୁ ଏହାକୁ ଆମେ ନିନ୍ଦା କରୁଛୁ, ଓ ବିଜେଡି ଭିତରେ ପାର୍ଥକ୍ୟ ଅଛି ବୋଲି ଦେଖାଇବା ପାଇଁ ହୀନ ପ୍ରୟାସ କରା ଯାଇଛି ବୋଲି କହିଛନ୍ତି।ସେହିପାରି ଜଗନ୍ନାଥ ପ୍ରସାଦ ବ୍ଲକ ଉପାଦକ୍ଷ ହିମାଂଶୁ ଶେଖର ବାରିକ କହିଛନ୍ତି ଯେ ତାଙ୍କର ମଧ୍ୟ କୌଣସି ମତା ମତା ନ ନେଇ ଥାନା ଅଧିକାରୀ ଙ୍କ ବଦଳି ବାତିଲ ପାଇଁ ସେ ଦାବି କରିଛନ୍ତି ବୋଲି ଯାହା ଖବର ରେ ପ୍ରକାଶିତ ହୋଇଛି ତାହାର ସେ ଦୃଢ ନିନ୍ଦା କରିବା ସହ ତାଙ୍କ ମାନ ହାନି ହେଲା ବୋଲି କହିଛନ୍ତି। କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ଆମ ବିଜେଡି ଦଳ ର ବ୍ୟକ୍ତି ସହ ଅନ୍ୟ ଦଳ ର ବ୍ୟକ୍ତି ସହ ଯୋଡି ଥାନା ଅଧିକାରୀ ଙ୍କ ବଦଳି ବାତିଲ କରାଯାଇ ବୋଲି ଖବର କାଗଜ ରେ ଯାହା ପ୍ରକାଶିତ ହୋଇଛି ତାହାକୁ ମୁଁ ନିନ୍ଦା କରୁଛି,ଓ ମର୍ମାହତ। ନିଦିଷ୍ଟ ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ ଏପରି ଖବର ପ୍ରକାଶ କରିଛନ୍ତି ବୋଲି କହିଛନ୍ତି।ଆଜକୁ ୬ ମାସ ମଧ୍ୟରେ ଥାନା କୁ ବାରମ୍ବାର ଯାଉଥିବା ବ୍ୟକ୍ତି ମାନଙ୍କ ସିସିସିଭି ଫୁଟେଜ ତଦନ୍ତ କରା ଯାଉ ବୋଲି ସେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ନିବେଦନ କରିଛନ୍ତି, ଫଳରେ ଥାନା କୁ ଯାଉଥିବା ନିର୍ଦିଷ୍ଟ ବ୍ୟକ୍ତି ବିଷୟରେ ସୂଚନା ମିଳିବ।ସେ ବ୍ୟକ୍ତି ମାନେ ଆମ ଦଳ ରେ ଫାଟ କରିବା ଏପରି ଖବର ପ୍ରକାଶ କରିଛନ୍ତି, ବିଜେଡି ଦଳ ବ୍ୟକ୍ତି ମାନଙ୍କ ମତାମତ ନ ନେଇ ଖବର ପ୍ରକାଶନ ହୋଇ ଥିବାରୁ ଆବଶ୍ୟକ ସ୍ଥଳେ ଆମେ ଆଇନ ର ମଧ୍ୟ ଆଶ୍ରୟ ନେବୁ।ସେହିପରି ବୁଡୁରୁଙ୍ଗ ସରପଞ୍ଚ ଧ୍ରୁବଚନ୍ଦ୍ର ବେହେରା କହିଛନ୍ତି ଯେ ତାଙ୍କ ମତା ମତ ନ ନେଇ ଥାନା ଅଧିକାରୀ ଙ୍କ ବଦଳି ବାତିଲ ହେଉ ବୋଲି ମୁଁ କେବେ କହିନାହିଁ ,ଯାହା ପ୍ରକାଶିତ ହୋଇଛି ତାହାର ମୁଁ ନିନ୍ଦା କରିଛି, ଆବଶ୍ୟକ ସ୍ଥଳେ ଆଇନ ର ଆଶ୍ରୟ ନେବି।ଆଜିର ସାମ୍ବାଦିକ ସମ୍ମିଳନୀରେ ରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ,ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ବ୍ଲକ ଉପାଦକ୍ଷ ହିମାଂଶୁ ଶେଖର ବାରିକ,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଅନାଦି ବେହରା,ବୁଡୁରୁଙ୍ଗ ସରପଞ୍ଚ ଧ୍ରୁବଚନ୍ଦ୍ର ବେହେରା ,କାଦୁଆ ସରପଞ୍ଚ ବିଚିତ୍ର ନାଇକ,କୁମ୍ପପଡା ଯଶୋବନ୍ତ ବଲବନ୍ତ ସାହାଣୀ,ଅଳସୁ ସରପଞ୍ଚ ହୃଷିକେଶ ନାୟକ, ବିଡିପୁର ସମିତିସଭ୍ୟ ଅମୀର ସ୍ଵାଇଁ,ଜଗନ୍ନାଥ ପ୍ରସାଦ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର,ଭାଗିରଥି ମାଝୀ, ବୁଲୁ ବେହେରା ,ଓ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ।

ରିପୋର୍ଟ-ନିରାକାର ସାହୁ