ଆଠଗଡ଼ ମେଗା ସେକ୍ଟରରେ ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଓ କୋଭିଡ୍-୧୯ ସଚେତନତା ଅଭିଯାନ ବୈଠକ।

71

କଟକ,୨୮/୦୬ (ଜିଲ୍ଲା ଖବର): ଆଠଗଡ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନ ମେଘା ସେକ୍ଟର ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ବରିଷ୍ଠ ସ୍ବାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଆଠଗୋଟି ପଞ୍ଚାୟତ ତଥା ଅନନ୍ତପୁର,କଟକିଆ ସାହି,ମେଘା,ରାଜନଗର,କନ୍ଦରପୁର,ବେଣ୍ଟପଦା, ରାଧା ଗୋବିନ୍ଦପୁର,ଧାଇପୂର ରେ କୋଭିଡ-୧୯ ର ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ବୈଠକ ସାମାଜିକ ଦୂରତା ବଜାୟ ରଖି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ,ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀ,ଅଙ୍ଗନବାଡି କର୍ମୀ,ଗାଁ କଲ୍ୟାଣ ସମିତି ର ଅଧ୍ୟକ୍ଷ/ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ ଯଶୋବନ୍ତ ବେହେରା