
କଟକ,୨୮/୦୬(ଜିଲ୍ଲା ଖବର): ବଡମ୍ବାର ରେ ଗତ ଦୁଇ ଦିନ ପୂର୍ବରୁ ହୋଇଥିବା ସ୍ୱାବ ସଂଗ୍ରହରୁ ୫ଜଣଙ୍କ ପଜିଟିଭ ଆସିଛି। ବଡମ୍ୱା ଥାନା ଅଧିକାରୀଙ୍କ ପରେ ଜଣେ ବ୍ୟାଙ୍କ ଅଧିକାରୀଙ୍କର ପଜିଟିଭ ଆସିବା ସ୍ଥାନୀୟ ଅଞ୍ଚଳରେ ଉଦବେଗ ଜନିତ ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ୪ଜଣ ପ୍ରବାସୀ ଶ୍ରମିକ ବଡମ୍ବା କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ସେମାନେ ରାଞ୍ଚୀ,ମହାରାଷ୍ଟ୍ର, ବାଙ୍ଗାଲୋରରୁ ଆସିଛନ୍ତି। ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ବଡମ୍ବା ପଞ୍ଚାୟତ ଓ ସଂଲଗ୍ନ ଅଂଚଳକୁ କଣ୍ଟେଣ୍ଟମେଣ୍ଟ ଜୋନ କରିବା ପାଇଁ ମେଡିକାଲ ଅଫିସର ଓ ତହସିଲଦାରଙ୍କ ସୁପାରିଶ ଭିତ୍ତିରେ ଜିଲ୍ଲା ପ୍ରଶାସନ ୭୨ଘଣ୍ଟିଆ (ସୋମବାର ସକାଳ ୧୦ଟାରୁ ଗୁରୁବାର ସକାଳ ୧୦ଟା) ଯାଏଁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି,ବଡ଼ମ୍ବା ଅଗ୍ନିଶମ ବିଭାଗ ଅଫିସ୍ ଠାରୁ ସୁନାପାଳ ଛକ ପର୍ଯ୍ୟନ୍ତ ସମସ୍ତ ଚଳପ୍ରଚଳ ବନ୍ଦ ରହିବ।
ରିପୋର୍ଟ ଯଶୋବନ୍ତ ବେହେରା



