Monday, October 12, 2026
Home ଜିଲ୍ଲା କନ୍ଧମାଳ ମା ପାଟ୍ଟଖଣ୍ଡା ଘରୋଇ ମୋଟର କର୍ମଚାରୀ ସଂଘଙ୍କ କଥା ସରକାର ବୁଝିଲେ ନାହିଁ

ମା ପାଟ୍ଟଖଣ୍ଡା ଘରୋଇ ମୋଟର କର୍ମଚାରୀ ସଂଘଙ୍କ କଥା ସରକାର ବୁଝିଲେ ନାହିଁ

174

କନ୍ଧମାଳ,୨୮-୦୬-୨୦୨୦{ଜ଼ିଲ୍ଲା ଖବର}: ବାଲିଗୁଡା ବସଷ୍ଟାଣ୍ଡ ଠାରେ ବସ ଡ୍ରାଇଭର ଆସୋସିଏସନ ତରଫରୁ ସଭାପତି ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଉପ ସଭାପତି ଶ୍ରୀ ଅଖିଳ କୁମାର ବିଶ୍ୱାଳ ଓ ଡ୍ରାଇଭର ମାନଙ୍କର ଉପସ୍ଥିତିରେ ୨୮-୦୬-୨୦୨୦ ତାରିଖ ଦିନ ଏକ ଜରୁରୀ କାଳୀନ ବୈଠକ କରାଯାଇଥିଲା | ଦେଶରେ ମହାମାରୀ କରୋନାର ପ୍ରାଦୁର୍ଭାବ ବଢ଼ି ଚାଲିଥିଲା ବେଳେ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସ 23 ତାରିଖ ଠାରୁ ସମଗ୍ର ଦେଶରେ ବସ ସେବା ବନ୍ଦ ହୋଇଛି | ଏହାର ପ୍ରଭାବ ବାଲିଗୁଡା ଠାରେ ମଧ୍ୟ ଦେଖିବାକୁ ମିଳିଛି ଏହି ବସ ସେବା ବନ୍ଦ ହୋଇଯିବାରୁ ବସର କର୍ମଚାରୀ ଭୋକ ଉପାସରେ ଦିନ କାଟୁଥିବାର ଶୁଣା ଯାଇଛି | ବସ ମାଲିକ ସଂଘର ଆଜକୁ ତିନି ମାସ ହେଲା ଡ୍ରାଇଭର ମାନେ ଭୋକ ଉପାସରେ ପରିବାର ସହିତ ରହୁଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ ସରକାରଙ୍କ ଠାରୁ ମିଳିନଥିଲା | ଦରକାର ପଡିଲେ ମା ପାଟ୍ଟଖଣ୍ଡା ଘରୋଇ ମୋଟର କର୍ମଚାରୀ ସଂଘ ବାଲିଗୁଡା ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ଏପରି ନିଷ୍ପତି ରେ ଅଟଳ ରହିଛନ୍ତି ଘରୋଇ ମୋଟର କର୍ମଚାରୀ ସଂଘ | ଘରୋଇ ମୋଟର କର୍ମଚାରୀ ସଂଘର ସଞ୍ଚିତ ପାଣ୍ଠିରୁ ଗ୍ରୋସରୀ ସାମଗ୍ରୀ ପକେଟ କରି ବାଣ୍ଟୁ ଥିବାର ଦେଖିବାକୁ ମିଳିଥିଲା | ସେହି ଗ୍ରୋସରୀ ସାମଗ୍ରୀ ଭିତରେ ଚାଉଳ, ଡାଲି, ଚୁଡା, ଚିନି, ତେଲ, ସାବୁନ ଇତ୍ୟାଦି ଥିବାର ଜଣା ଯାଇଛି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ