
ନୂଆପଡା-୨୮/୦୬ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ରୁ ବଜ୍ରକାପ୍ତା ଚାଲାଣ ହେଉଥିବା ସମୟ ରେ ଛତିଶଗଡ ଗାରିଆବନ୍ଧ ପୋଲିସ ବଜ୍ରକାପ୍ତା ଜବତ କରି ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଘୁଚଗୁଡା ର ପିତାମ୍ବର କଟା ବୋଲି ଜଣାପଡିଛି। ଶୁକ୍ରବାର ଗାରିଆବନ୍ଧ ପୋଲିସ କୁ ବିଶେଷ ସୂଚନା ମିଳିଥିଲା ଯେ ଜିଲ୍ଲା ମେନପୁର ଅଞ୍ଚଳ ରେ ବଜ୍ରକାପ୍ତା ଚୋରା ଚାଲାଣ ରେକେଟ ସକ୍ରିୟ ଅଛି। ମେନପୁର ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ ହୋଇଥିଲା। ମେନପୁର ଥାନା ଅଞ୍ଚଳର କୁଲହାଡ଼ିଘାଟ ଗାଁ ରେ ଯୁବକ ଜଣକ ଝୋଟ ବସ୍ତା ରେ ବଜ୍ରକାପ୍ତା କୁ ରଖି କାହାକୁ ଅପେକ୍ଷା କରିଥିଲା।ଏହି ସମୟ ରେ ପୋଲିସ ବସ୍ତା ମଧ୍ୟ ରୁ ବଜ୍ରକାପ୍ତା ଉଦ୍ଧାର କରିଥିଲା।ଶନିବାର ଅଭିଯୁକ୍ତକୁ ବନ୍ୟପ୍ରାଣୀ ଆଇନ ୧୯୭୨ ରେ ଗିରଫ କରି କୋଟ ଚାଲାଣ କରାଯାଇଛି। ଯୁବକ ଜଣକ ବଜ୍ରକାପ୍ତା କଉଠୁ ଆଣିଥିଲା ଜଣା ପଡିନାହିଁ।
ରିପୋର୍ଟ ନିରାକାର ମେହେର



