
ଆସିକା,୨୮/୦୬(ଜିଲ୍ଲା ଖବର) : ଆସିକା କାଳିମୁଖି ସାହି ୧୩ନଂ ୱାର୍ଡ଼ ପ୍ରମିଳା ନାୟକଙ୍କ ଘର ବିଜୁଳି ମାଡରେ ସମ୍ପୂର୍ଣ୍ଣ ଭାବେ ଭୁଷୁଡି ହୋଇଯାଇଥିବା ଜଣାପଡ଼ିଛି। ଛପର ତିଆରି ଘରଟି ଭୁଷୁଡି ପଡିବା ସହିତ ଘରେଥିବା ଆସବାବପତ୍ର ଗୁଡିକ ନଷ୍ଟ ହୋଇଯାଇଛି।ପ୍ରମିଳାଙ୍କ ଏଭଳି ସ୍ଥିତିରେ ତାଙ୍କୁ ସହାୟତାର ହାତବଢାଇବା ନିମନ୍ତେ ଜନସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ରିପୋର୍ଟ ରତ୍ନାକର ଶିଅ


