Tuesday, October 13, 2026
Home ଆଞ୍ଚଳିକ ଗଞ୍ଜେଇ ସହିତ ୨ ଜଣ ଗିରଫ

ଗଞ୍ଜେଇ ସହିତ ୨ ଜଣ ଗିରଫ

39

ବାଲିଗୁଡ଼ା,୨୮/୦୬(ଜିଲ୍ଲା ଖବର) : କନ୍ଧମାଳ ଦିନକୁ ଦିନ କରୋନା ମହାମାରୀ ବଢ଼ି ଚାଲିଥିଲା ବେଳେ ବଢ଼ିଚାଲିଛି ଗଞ୍ଜେଇ ବେପାର। କନ୍ଧମାଳ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଯାଇଛି ପୋଲିସର ଗଞ୍ଜେଇ ଦମନ ଅଭିଯାନ | ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମହେନ୍ଦ୍ର ନାଥ ମୁର୍ମୁ ଓ ପୋଲିସ କର୍ମଚାରୀଙ୍କ ସହ ଏକ ଟିମ ଗଠନ କରାଯାଇ ଗୋଛାପଡା ଥାନା ଅନ୍ତର୍ଗତ ପହିରାଜୂ ପଞ୍ଚାୟତ ଡ୍ରେସାରୁ ଗ୍ରାମରେ ଅଚାନକ ଚଢ଼ାଉ କରିଥିଲେ ଚଢ଼ାଉ ବେଳେ ୨୦ କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତକରିଥିଲେ | ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରାଯାଇଛି ୧୨ ଜଣ ଫେରାର ଥିବା ପୋଲିସ ସୂତ୍ରରୁ ଜଣାଯାଇଛି ଓ ଉକ୍ତ ୧୨ ଜଣକୁ ଖୁବ ଶୀଘ୍ର ଧରାଯିବ ବୋଲି କହିଛନ୍ତି ପୋଲିସ | ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଡ୍ରେଗାରା ଗ୍ରାମର ବଡ଼ଗା ଦିଗାଲ ଓ ବିଞ୍ଜେ କହଁର | ଏମାନଙ୍କ ନାମରେ ପୋଲିସ କେଶ ନମ୍ବର 35/20 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ