Monday, October 12, 2026
Home ଆଞ୍ଚଳିକ ଗଞ୍ଜେଇ ସହିତ ୨ ଗିରଫ।

ଗଞ୍ଜେଇ ସହିତ ୨ ଗିରଫ।

139


ବାଲିଗୁଡା-୨୮/୦୬{ଜିଲ୍ଲା ଖବର}କନ୍ଧମାଳରେ ଦିନକୁ ଦିନ କରୋନା ମହାମାରୀ ବଢ଼ି ଚାଲିଥିଲା ବେଳେ ବଢ଼ିଚାଲିଛି ଗଞ୍ଜେଇ ବେପାର। କନ୍ଧମାଳ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଯାଇଛି ପୋଲିସର ଗଞ୍ଜେଇ ଦମନ ଅଭିଯାନ। ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମହେନ୍ଦ୍ର ନାଥ ମୁର୍ମୁ ଓ ପୋଲିସ କର୍ମଚାରୀଙ୍କ ସହ ଏକ ଟିମ ଗଠନ କରାଯାଇ ଗୋଛାପଡା ଥାନା ଅନ୍ତର୍ଗତ ପହିରାଜୂ ପଞ୍ଚାୟତ ଡ୍ରେସାରୁ ଗ୍ରାମରେ ଅଚାନକ ଚଢ଼ାଉ କରିଥିଲେ ଚଢ଼ାଉ ବେଳେ ୨୦ କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତକରିଥିଲେ। ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରାଯାଇଛି ୧୨ ଜଣ ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଓ ଉକ୍ତ ୧୨ ଜଣକୁ ଖୁବ ଶୀଘ୍ର ଧରାଯିବ ବୋଲି କହିଛନ୍ତି ପୋଲିସ।ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଡ୍ରେଗାରା ଗ୍ରାମର ବଡ଼ଗା ଦିଗାଲ ଓ ବିଞ୍ଜେ କହଁର। ଏମାନଙ୍କ ନାମରେ ପୋଲିସ କେସ୍ ନମ୍ବର ୩୫/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ