
ଆସିକା,୨୭/୦୬(ଜିଲ୍ଲା ଖବର) : ଆସିକା ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମପଞ୍ଚାୟତରେ କରୋନା ଆକ୍ରାନ୍ତ ଧିରେ ଧିରେ ବଢିବାରେ ଲାଗିଛି। ଫଳରେ ଲୋକ ମାନଙ୍କ ମଧ୍ୟରେ ମାନସିକ ସ୍ତରରେ ଚାପ ବଢିବାରେ ଲାଗିଛି। ବିଶେଷ କରି ସଂକ୍ରମଣ ହୋଇଥିବା ଚାରିଜଣ ବ୍ୟକ୍ତି ପ୍ରବାସୀ ନୁହଁନ୍ତି,ଏଥିରୁ ପ୍ରମାଣିତ ଗୋଷ୍ଠୀ ସଂକ୍ରମଣ ସ୍ଥିତିକୁ ଏଡାଇ ଦିଆ ନଯାଇ ପାରେ।ବର୍ତ୍ତମାନ ପରିସ୍ଥିତିରେ ଏକ ପ୍ରକାର ନିଶ୍ଚଳ ହୋଇଯାଇଛି ଗୁଣ୍ଠପଡା ଗ୍ରାମପଞ୍ଚାୟତ।ଆହୁରି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି।
ଗ୍ରାମାଞ୍ଚଳର ଲୋକମାନଙ୍କୁ ସେତିକି ଜରୁରୀ କାମ ନଥିଲେ ସହରାଞ୍ଚଳକୁ ଯିବା ନିମନ୍ତେ ଟୁଇଟ୍ ଯୋଗେ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରିବା ପୂର୍ବକ ହାତ ଭଲ ଭାବରେ ଧୋଇବା ସହ କରୋନାର ଶୃଙ୍ଖଳ ଭାଙ୍ଗିବା ପାଇଁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ।
ରିପୋର୍ଟ ରତ୍ନାକର ଶିଅ ।




